ଭୋଟର ଲିଷ୍ଟରେ ନିଜ ନାଁ ନଥିବା ଦେଖି ଉଡ଼ିଗଲା ମତଦାତାଙ୍କ ପ୍ରାଣବାୟୁ

ତଲିପରମ୍ବା(କେରଳ): ଅପ୍ରେଲ ୨୩ ମଙ୍ଗଳବାର ଭାରତରେ ତୃତୀୟ ପର୍ଯ୍ୟାୟ ମତଦାନ କରାଯାଇଥିବା ବେଳେ ବିଭିନ୍ନ କୋଣରେ ଅନେକ ଅଘଟଣା ଘଟିଥିବାର ଖବର ମିଳିଛି । ଖାସ୍‌ କରି କେରଳରେ ବିଭିନ୍ନ ମତଦାନ କେନ୍ଦ୍ରରେ ୩ଜଣଙ୍କର ମୃତ୍ୟୁ ଘଟିଛି । କେରଳରେ ଜଣେ ମତଦାତା ମତଦାନ କେନ୍ଦ୍ରକୁ ଯାଇ ଭୋଟର ଲିଷ୍ଟରେ ନିଜ ନାଁ ନଥିବା ଜାଣିବାକୁ ପାଇଥିଲେ । ଯାହା ପରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ତୁରନ୍ତ ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

India Today

ଅନ୍ୟ ପକ୍ଷରେ, ଜଣେ ବୃଦ୍ଧା ଏବଂ ଜଣେ ବୃଦ୍ଧ ମତଦାନ କରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ସମୟରେ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି । ବିଜୟୀ ନାମକ ୬୫ବର୍ଷୀୟା ବୃଦ୍ଧା କେରଳର ଚୋକ୍‌ଲି ରାମା ବିଳାସମ୍‌ ଏଲ୍‌ପି ସ୍କୁଲ ବାହାରେ ଭୋଟ୍‌ ଦେବା ପାଇଁ ଧାଡ଼ିରେ ଠିଆ ହୋଇଥିବା ସମୟରେ ଅଚେତ୍‌ ହୋଇ ତଳେ ପଡ଼ି ଯାଇଥଲେ । ଡ଼ାକ୍ତରଖାନା ନେବା ପରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସେଭଳି ଭାବରେ ପଠାନାମଥିଟ୍ଟା ଜିଲ୍ଲାରେ ଜଣେ ୮୦ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର