ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକଡାଉନ ଅବଧିକୁ ବଢ଼ାଇ ଦିଆଯାଇଥିବା ବେଳେ ମେ ୩ପର୍ଯ୍ୟନ୍ତ କୌଣସି ପ୍ରକାରର ଯାତାୟାତ ଉପରେ ରୋକ ଲଗାଇଛନ୍ତି ସରକାର | ଏବେ ଏଭଳି ପରିସ୍ଥିତି ପାଇଁ କେରଳର ଜଣେ ବ୍ୟକ୍ତି ତାଙ୍କ ଅସୁସ୍ଥ ପିତାଙ୍କୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହିବାକୁ ବାଧ୍ୟ ହୋଇଥିବା ଜଣା ପଡିଛି | ଅସୁସ୍ଥ ପିତାଙ୍କୁ ଏକ ଅଟୋରେ ଡାକ୍ତରଖାନାରୁ ଘରକୁ ନେଇ ଯାଉଥିବା ବେଳେ ବାଟରେ ତାଙ୍କୁ ପୁଲିସ ଆଗକୁ ଯିବାକୁ ନଦେବାରୁ ସେ ଏଭଳି କରିଥିବା ସାମ୍ନାକୁ ଆସିଛି |ବୁଧବାର କେରଳର ପୁନାଲୁର ଅଞ୍ଚଳରେ ଏହି ଘଟଣା ଘଟିଛି, ଯାହାର ଏକ ଫଟୋ ଏବେ ଖୁବ ଭାଇରଲ ହେବାରେ ଲାଗିଛି |
ସୂଚନା ମୁତାବକ, ଉକ୍ତ ବ୍ୟକ୍ତି ଜଣକ ତାଙ୍କ ପିତାଙ୍କୁ ଅଟୋରେ ଡାକ୍ତରଖାନାରୁ ଘରକୁ ଫେରାଇ ନେଉଥିବା ବେଳେ କୋଭିଡ -୧୯ ନିର୍ଦ୍ଦେଶାବଳୀ ହେତୁ ପୁଲିସ ସେମାନଙ୍କ ଅଟୋକୁ ଅଟକାଇଥିଲା | ଅସୁସ୍ଥ ବ୍ୟକ୍ତିଙ୍କ ଘର କୁଲାଥୁପୁଜାରେ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ପୁନାଲୁର ତାଲୁକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କୁ ବୁଧବାର ଡିସଚାର୍ଜ କରାଯିବାରୁ ତାଙ୍କ ପୁଅ ତାଙ୍କୁ ଅଟୋରେ ଡାକ୍ତରଖାନାରୁ ଘରକୁ ଫେରାଇ ନେଉଥିଲେ | ବାଟରେ ତାଙ୍କୁ ପୁଲିସ ଆଗକୁ ଯିବାକୁ ନଦେବାରୁ ତାଙ୍କ ପୁଅ ନିଜ ବାପାଙ୍କୁ କାନ୍ଧରେ ବୋହି ଏକ କିଲୋମିଟର ଚାଲିଥିଲେ ବୋଲି ଜଣା ପଡିଛି | ତେବେ ଘଟଣାର ଫଟୋ ସାମ୍ନାକୁ ଆସିବା ପରେ କେରଳ ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାକୁ ଅନୁଧ୍ୟାନ କରି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛନ୍ତି।
Way2Barakଗୁରୁବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳରେ ମୋଟ ୬୦୮କରୋନାଭାଇରସ୍ ଆକ୍ରାନ୍ତ ରହିଛି | ସେଥିମଧ୍ୟରୁ ୩୮୮ଟି ସକ୍ରିୟ ମାମଲା ରହିଥିବା ବେଳେ ୨୧୮ଜଣ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ଏବଂ ୩ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/y-5.png)