ପୁଲିସ ଅଟୋକୁ ଆଗକୁ ଯିବାକୁ ନଦେବାରୁ ଅସୁସ୍ଥ ବାପାକୁ ଏକ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହିଲା ପୁଅ

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକଡାଉନ ଅବଧିକୁ ବଢ଼ାଇ ଦିଆଯାଇଥିବା ବେଳେ ମେ ୩ପର୍ଯ୍ୟନ୍ତ କୌଣସି ପ୍ରକାରର ଯାତାୟାତ ଉପରେ ରୋକ ଲଗାଇଛନ୍ତି ସରକାର | ଏବେ ଏଭଳି ପରିସ୍ଥିତି ପାଇଁ କେରଳର ଜଣେ ବ୍ୟକ୍ତି ତାଙ୍କ ଅସୁସ୍ଥ ପିତାଙ୍କୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହିବାକୁ ବାଧ୍ୟ ହୋଇଥିବା ଜଣା ପଡିଛି | ଅସୁସ୍ଥ ପିତାଙ୍କୁ ଏକ ଅଟୋରେ ଡାକ୍ତରଖାନାରୁ ଘରକୁ ନେଇ ଯାଉଥିବା ବେଳେ ବାଟରେ ତାଙ୍କୁ ପୁଲିସ ଆଗକୁ ଯିବାକୁ ନଦେବାରୁ ସେ ଏଭଳି କରିଥିବା ସାମ୍ନାକୁ ଆସିଛି |ବୁଧବାର କେରଳର ପୁନାଲୁର ଅଞ୍ଚଳରେ ଏହି ଘଟଣା ଘଟିଛି, ଯାହାର ଏକ ଫଟୋ ଏବେ ଖୁବ ଭାଇରଲ ହେବାରେ ଲାଗିଛି |

ସୂଚନା ମୁତାବକ, ଉକ୍ତ ବ୍ୟକ୍ତି ଜଣକ ତାଙ୍କ ପିତାଙ୍କୁ ଅଟୋରେ ଡାକ୍ତରଖାନାରୁ ଘରକୁ ଫେରାଇ ନେଉଥିବା ବେଳେ କୋଭିଡ -୧୯ ନିର୍ଦ୍ଦେଶାବଳୀ ହେତୁ ପୁଲିସ ସେମାନଙ୍କ ଅଟୋକୁ ଅଟକାଇଥିଲା | ଅସୁସ୍ଥ ବ୍ୟକ୍ତିଙ୍କ ଘର କୁଲାଥୁପୁଜାରେ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ପୁନାଲୁର ତାଲୁକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କୁ ବୁଧବାର ଡିସଚାର୍ଜ କରାଯିବାରୁ ତାଙ୍କ ପୁଅ ତାଙ୍କୁ ଅଟୋରେ ଡାକ୍ତରଖାନାରୁ ଘରକୁ ଫେରାଇ ନେଉଥିଲେ | ବାଟରେ ତାଙ୍କୁ ପୁଲିସ ଆଗକୁ ଯିବାକୁ ନଦେବାରୁ ତାଙ୍କ ପୁଅ ନିଜ ବାପାଙ୍କୁ କାନ୍ଧରେ ବୋହି ଏକ କିଲୋମିଟର ଚାଲିଥିଲେ ବୋଲି ଜଣା ପଡିଛି | ତେବେ ଘଟଣାର ଫଟୋ ସାମ୍ନାକୁ ଆସିବା ପରେ କେରଳ ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାକୁ ଅନୁଧ୍ୟାନ କରି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛନ୍ତି।

Lockdown 2.0: Kerala man carries sick father in arms for 1 km ...
Way2Barak

ଗୁରୁବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳରେ ମୋଟ ୬୦୮କରୋନାଭାଇରସ୍ ଆକ୍ରାନ୍ତ ରହିଛି | ସେଥିମଧ୍ୟରୁ ୩୮୮ଟି ସକ୍ରିୟ ମାମଲା ରହିଥିବା ବେଳେ ୨୧୮ଜଣ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ଏବଂ ୩ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର