ନୂଆଦିଲ୍ଲୀ : ନିକଟରେ ଆଫଗାନିସ୍ତାନର ଜଲାଲାବାଦଠାରେ ଥିବା ଏକ ଜେଲରେ ହୋଇଥିବା ଇସ୍ଲାମିକ ଷ୍ଟେଟ ଆତଙ୍କବାଦୀ ଆକ୍ରମଣ ପଛରେ ଜଣେ କେରଳ ଜନ୍ମିତ ଭାରତୀୟର ହାତ ଥିବା ଜଣାପଡ଼ିଛି । ଗତ ରବିବାର ଦିନ ହୋଇଥିବା ଏହି ଆକ୍ରମଣରେ ୨୯ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
ଆଫଗାନିସ୍ତାନର ଗୁଇନ୍ଦା ବିଭାଗର ରିପୋର୍ଟ ଅନୁସାରେ ଏହି ଆକ୍ରମଣ ସହ ସଂଶ୍ଲିଷ୍ଟ ପ୍ରାୟ ୧୧ ଜଣ ଆଇଏସ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ଭାରତୀୟ । ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଆତଙ୍କବାଦୀର ନାଁ କାଲୁକେଟିଆ ପୁରାଇଲ ଇଜାସ ଓ ସେ କେରଳ ସ୍ଥିତ ଖୋସାରଗଡର ବାସିନ୍ଦା ବୋଲି ଜଣାପଡ଼ିଛି । ସେ ଏହି ଆକ୍ରମଣ ବେଳେ ନିଜକୁ ଉଡ଼ାଇଦେଇଥିଲା । ସେ ମଧ୍ୟ ଗତ କିଛି ବର୍ଷ ହେଲା ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା । ତେବେ ସେ ଭାରତରୁ ସିରିଆ ଯାଇ ସେଠାରୁ ଆଫଗାନିସ୍ତାନ ଯାଇଥିବା ଅନୁମାନ କରାଯାଉଛି ।
ଗତ ମାର୍ଚ୍ଚମାସରେ ମଧ୍ୟ ଆଫଗାନିସ୍ତାନର ଏକ ଗୁରୁଦ୍ୱାରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ କେରଳର ଜଣେ ଆତଙ୍କବାଦୀର ହାତ ଥିବା ଜଣାପଡ଼ିଥିଲା । ଆଫଗାନିସ୍ତାନର ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଥିଲା ଏହି ଆକ୍ରମଣ ପଛରେ କେରଳ ଜନ୍ମିତ ଆଇଏସ ଆତଙ୍କବାଦୀ ଅବୁ ଖାୟୁମ ଓରଫ ଅବୁ ଖାଲିଦର ହାତ ଥିଲା । କାବୁଲର ଗୁରୁଦ୍ୱାରାରେ ହୋଇଥିବା ଆଇଏସ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ଶିଖ ନିହତ ହୋଇଥିଲେ ।
ଆଫଗାନିସ୍ଥାନ ଜେଲରେ ହୋଇଥିବା ଆକ୍ରମଣ ପଛରେ କେରଳ ଜନ୍ମିତ ଆତଙ୍କବାଦୀର ହାତ ସଂଦେହ
/sambad/media/post_attachments/wp-content/uploads/2020/08/kerala-terrorist.jpg)