ଏମିତି ଏକ ଗାଁ ଯେଉଁଠି ହିନ୍ଦୁ-ମୁସଲମାନ ଭାଇ ଭାଇ : ମସଜିଦ୍‌ ଯାଆନ୍ତି ହିନ୍ଦୁ !

ତିରୁବନନ୍ତପୁରମ୍‌ : ଦେଶରେ ଜାତି-ଜାତିକୁ ନେଇ ଧର୍ମ-ଧର୍ମକୁ ନେଇ ସଂଘର୍ଷ ଏ ପର୍ଯ୍ୟନ୍ତ ମଧ୍ୟ ଥମି ନାହିଁ । ଏବେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଜାତି-ଧର୍ମକୁ ନେଇ ହିଂସା ଘଟି ଲୋକ ନିଜର ଜୀବନ ହରାଉଛନ୍ତି । କିନ୍ତୁ ଏବେ ମଧ୍ୟ ଦେଶରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମୁସ୍‌ଲିମ୍‌ ଏବଂ ହିନ୍ଦୁମାନେ ଭାଇ-ଭାଇ ଭଳି ରହୁଛନ୍ତି । ହିନ୍ଦୁମାନେ ମସ୍‌ଜିଦ୍‌ ଯାଉଥିବା ବେଳେ ମୁସଲମାନମାନେ ହିନ୍ଦୁମାନଙ୍କର ବଡ଼ ପର୍ବ ରଥଯାତ୍ରାରେ ଖୁସିରେ ସାମିଲ ହେଉଛନ୍ତି।

The Better India

ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି କେରଳର ଉଦ୍ୟାଭର ଗାଁରେ । ଏଠାରେ ୧୦୦ମିଟର ଦୂରତାରେ ହିନ୍ଦୁ ମନ୍ଦିର ଏବଂ ମସ୍‌ଜିଦ୍‌ ତିଆରି କରାଯାଇଥିବା ବେଳେ ଉଭୟ ହିନ୍ଦୁ ଏବଂ ମୁସଲମାନମାନେ ମିଳିମିଶି ରହିଥାନ୍ତି ।
ଏଭଳି ଚଳଣି ସଂପର୍କରେ ହିନ୍ଦୁ ମନ୍ଦିରର ପୂଜାରୀ ସୁକୁମାର ସେଟ୍ଟୀ କହନ୍ତି, ଏହି ପ୍ରଥା ଆମର ପୂର୍ବଜମାନେ ଆରମ୍ଭ କରିଥିଲେ । ସାରା ଦେଶରେ ଜାତିବାଦକୁ ନେଇ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ଆମ ଗ୍ରାମରେ ଧର୍ମକୁ ନେଇ କେବେ ବିବାଦ ହୋଇ ନାହିଁ । ଏହା ସହ ସେମାନଙ୍କର କୌଣସି ପର୍ବପର୍ବାଣି ହେଲେ ଆମେ ଟ୍ରକ ବୋଝେଇ କରି ଫଳ,ପନିପରିବା,ଘିଅ ଇତ୍ୟାଦି ଦେଇଥାଉ । ଯଦି କାହା ଘରେ କୌଣସି ପ୍ରକାରର ଝଗଡ଼ା ହୋଇଥାଏ ତେବେ ଦୁଇ ଧର୍ମର ମୁଖ୍ୟ ମିଶି ତାହାର ସମାଧାନ କରିଥାନ୍ତି । ଆମେ ପରସ୍ପରର ଧର୍ମକୁ ସମ୍ମାନ ଦେବା ସହ ପରସ୍ପରରେ ରୀତିନୀତିକୁ ମଧ୍ୟ ଆପଣାଇଛୁ । ଯାହା ପାଇଁ ଆମେ ଏକାଠି ଶାନ୍ତିରେ ରହି ପାରୁଛୁ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର