ସନ୍ଥ ଘୋଷିତ ହେଲେ ‌କେରଳ ନନ୍‌ ମାରିୟମ ଥ୍ରେସିଆ

ଭାଟିକାନ୍‌ ସିଟି : ଭାରତୀୟ ନନ୍‌ ମାରିୟମ ଥ୍ରେସିଆ ଏବଂ ଅନ୍ୟ ୪ ଜଣଙ୍କୁ ପୋପ୍‌ ଫ୍ରାନ୍‌ସିସଙ୍କ ଦ୍ବାରା ସନ୍ଥ ଘୋଷଣା କରାଯାଇଛି। ଭାଟିକାନ୍‌ ସିଟିର ସେଣ୍ଟ୍‌ ପିଟର୍ସ ସ୍କୋୟାର୍‌ରେ ଆୟୋଜିତ ସନ୍ଥୀକରଣ ଉତ୍ସବରେ ମାରିୟମ୍‌ ଥ୍ରେସିଆଙ୍କୁ ସନ୍ଥ ଘୋଷଣା କରାଯାଇଛି। ମାରିୟମ ୧୯୧୪ ମେ’ରେ ଥ୍ରିସୁର୍‌ରେ କଂଗ୍ରିଗେସନ୍‌ ଅଫ୍‌ ଦି ସିଷ୍ଟର୍ସ ଅଫ୍‌ ଦି ହୋଲି ଫ୍ୟାମିଲି ପ୍ରତିଷ୍ଠା କରିଥିଲେ। ମାରିୟମ୍‌ଙ୍କ ସମେତ ଇଂଲିସ କାର୍ଡିନାଲ୍‌ ଜନ୍‌ ‌ହେନ୍‌ରି ନ୍ୟୁମାନ୍‌, ସ୍ବିସ୍‌ ଲେଓମ୍ୟାନ୍‌ ମାରଗୁଏରିଟେ ବେ, ବ୍ରାଜିଲିୟ ସିଷ୍ଟର ଡୁଲ୍‌ସେ ଲୋପ୍‌ସ ଏବଂ ଇଟାଲିର ସିଷ୍ଟର୍‌ ଗ୍ୟୁସେପିନା ଭାନ୍ନିନିଙ୍କୁ ମଧ୍ୟ ସନ୍ଥ ଘୋଷଣା କରାଯାଇଛି। ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲିଧରନ ନେତୃତ୍ବରେ ଏକ ଭାରତୀୟ ପ୍ରତିନିଧ ଦଳ ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ। ସିଷ୍ଟର ଥ୍ରେସିଆ ୧୮୭୬, ଏପ୍ରିଲ ୨୬ରେ କେରଳର ଥ୍ରିସୁର ଜିଲ୍ଳାରେ ଜନ୍ମ ହୋଇଥିଲେ। ମାତ୍ର ୫୦ ବର୍ଷ ବୟସରେ ୧୯୨୬, ଜୁନ୍‌ ୮ ତାରିଖରେ ତାଙ୍କର ପରଲୋକ ହୋଇଥିଲା। ଏପ୍ରିଲ ୯, ୨୦୦୦ରେ ତାଙ୍କୁ ପୋପ୍‌ ଜନ୍‌ ପଲ ୨ଙ୍କ ଦ୍ବାରା ପବିତ୍ର ଆତ୍ମା ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର