କେରଳ: ଜଣେଅଭିନେତ୍ରୀ ଯୌନନିର୍ଯାତନାଅଭିଯୋଗଆଣିବାପରେକେରଳପୁଲିସ୍ ମାଲାୟାଲମଅଭିନେତାସିଦ୍ଦିକଙ୍କବିରୋଧରେଏକଏଫ୍ଆଇଆର୍ ରୁଜୁକରିତଦନ୍ତଆରମ୍ଭକରିଛି।ଅଭିନେତ୍ରୀଙ୍କଅଭିଯୋଗକୁଭିତ୍ତିକରିତ୍ରିଭାନ୍ଦ୍ରମପୁଲିସ୍ ଦ୍ବାରାଏହିମାମଲାରୁଜୁହୋଇଛି। ଅଭିନେତା ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିନେତ୍ରୀ ଜଣକ ପ୍ରଥମେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ରେ ଅଭିଯୋଗ କରିଥିଲେ।
ତେବେ ଏହି ଘଟଣାଟି ହେଉଛି ୨୦୧୬ ମସିହାର। ଆଠ ବର୍ଷ ତଳେ ଘଟିଥିବା ଏହି ଘଟଣାକୁ ନେଇ ଅଭିନେତ୍ରୀ ପୂର୍ବରୁ ଅଭିଯୋଗ ଆଣିବାକୁ ପ୍ରସ୍ତୁତ ନଥିଲେ। ତେବେ, ନିକଟରେ ହୋଇଥିବା ଏହି ଅଭିଯୋଗକୁ ଅଭିନେତା ସିଦ୍ଦିକ ଖଣ୍ଡନ କରିଛନ୍ତି।
ଅଭିନେତ୍ରୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଏକ ସିନେମାକୁ ନେଇ ଚାଲୁଥିବା ଆଲୋଚନା ସମୟରେ ସିଦ୍ଦିକ ତାଙ୍କୁ ମାସ୍କଟ ହୋଟେଲରେ ଥିବା ତାଙ୍କ କୋଠରୀକୁ ଡାକିଥିଲେ ଓ ସେଠାରେ ସେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଅଭିନେତ୍ରୀଙ୍କ କହିବାନୁସାରେ ଅଭିନେତା ଏକ ଜାଲ ବିଛେଇ ତାଙ୍କୁ ଶୋଷଣ କରିଥିଲେ।
ଏହିପ୍ରସଂଗରେ ସିଦ୍ଦିକ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଙ୍କନିକଟରେକହିଛନ୍ତି କି ଏହିଅଭିଯୋଗତାଙ୍କଭାବମୂର୍ତ୍ତିକୁଖରାପକରିବାପାଇଁଏକଭୟଙ୍କରପ୍ରୟାସ।ନିର୍ଦ୍ଦୋଷତାଦାବିକରିସେକହିଛନ୍ତି କିସେ୨୦୧୬ ମସିହାରେକେବଳଥରେଅଭିନେତ୍ରୀଙ୍କୁଭେଟିଥିଲେ, ଯାହାତାଙ୍କପିତାମାତାଙ୍କଉପସ୍ଥିତିରେ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/P70KA1JLf7ze9cjZAYll.jpg)