ଜାଣନ୍ତୁ କ’ଣ ପାଇଁ ସାଇକେଲ ଚଳାଉଥିବା ଏହି ଯୁବକଙ୍କ ଚାଲାଣ କାଟିଲା ପୁଲିସ?

କୋଚି : କେରଳରେ ଘଟିଥିବା ଘଟଣା ବିଷୟରେ ଆପଣମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହେବା ସହ ଘଟଣାଟି ଆପଣଙ୍କୁ ଅଜବ ଲାଗିବ ନିଶ୍ଚୟ । ଜଣେ ସାଇକେଲ ଚାଳକ ହେଲ୍‌ମେଟ୍‌ ନ ପିନ୍ଧିଥିବାରୁ କେରଳ ପୁଲିସ ଚାଲାଣ କାଟିବା ଖବରକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା ହେଉଥିବା ବେଳେ ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିନା ହେଲ୍‌ମେଟ୍‌ରେ ଦ୍ରୁତ ଗତିରେ ସାଇକେଲ ଚଳାଉଥିବାରୁ ଯୁବକଙ୍କୁ ଜରିମାନା ଆକାରରେ ୫୦୦ଟଙ୍କା ଜରିମାନା ଦେବାକୁ ପଡ଼ିଥିବା ସୂଚନା ମିଳିଛି ।

ସୂଚନା ମୁତାବକ,ଉତ୍ତରପ୍ରଦେଶରେ ରହୁଥିବା କାସିମକୁ କେରଳ ପୁଲିସ ଅଟକାଇବା ସହ ଦ୍ରୁତ ଗତିରେ ସାଇକେଲ ଚଳାଉଥିବାରୁ ୨୦୦୦ଟଙ୍କା ଜରିମାନା ଲଗାଇଥିଲା । କିନ୍ତୁ ପ୍ରତିଦିନର ରୋଜଗାର ୪୦୦ଟଙ୍କା ବୋଲି କାସିମ କେରଳ ପୁଲିସକୁ କହିବାରୁ  ୫୦୦ଟଙ୍କା ଜରିମାନା ଦେବା ପାଇଁ କହିଥିଲା ପୁଲିସ । ୫୦୦ଟଙ୍କା ଜରିମାନା ଦେବା ପୂର୍ବରୁ ପୁଲିସକର୍ମୀ କାସିମ୍‌ଙ୍କ ସାଇକେଲ ଟାୟାରରୁୁ ପବନ ବାହାର କରି ଦେଇଥିବା କହିଛନ୍ତି କାସିମ ।

ସମ୍ବନ୍ଧିତ ଖବର