ଆଇଏସ୍‌ ଟାର୍ଗେଟ୍‌ରେ ତ୍ରିସୁର ପୋରାମ୍‌ ଉତ୍ସବ: ପାନୀୟ ଜଳରେ ବିଷ ମିଶାଇ ଶ୍ରଦ୍ଧାଳୁଙ୍କୁ ହତ୍ୟା ଯୋଜନା!

ଥିରୁବନ୍ତପୁରମ୍‌: ସଂପ୍ରତି ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ଆତଙ୍କବାଦୀମାନେ ଅତ୍ୟନ୍ତ ଜଘନ୍ୟ ଉପାୟ ପ୍ରୟୋଗ କରି କେରଳରେ ବ୍ୟାପକ ନରସଂହାର ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସଂପର୍କରେ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ମିଳିବା ପରେ କେରଳ ପୁଲିସ୍‌ର ନିଦ ହଜିଯାଇଛି।

ଗୁଇନ୍ଦା ବିଭାଗ ସୂତ୍ରରୁ ଯେଉଁ ସୂଚନା ମିଳିଛି, ତାହା ଅତ୍ୟନ୍ତ ଚିନ୍ତାଜନକ। କାରଣ, ଆଇଏସ୍‌ ଆତଙ୍କବାଦୀମାନେ ପାନୀୟ ଜଳରେ ବିଷ ମିଶାଇ ବ୍ୟାପକ ନରସଂହାର ଘଟାଇବା ସହ ଆତଙ୍କ ସୃଷ୍ଟି କରିବା ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଆଇଏସ୍‌ ଆତଙ୍କବାଦୀମାନେ କେରଳର ସାବ୍‌ରିମାଲା ମନ୍ଦିରକୁ ନିଜର ଟାର୍ଗେଟ୍‌ ଭାବେ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏଇ ପ୍ରାୟ ମାସକ ତଳେ ଆଇଏସ୍‌ ଆତଙ୍କବାଦୀଙ୍କ ପକ୍ଷରୁ ଏକ ଅଡିଓ ସିଡିରେ ଭାରତ ବିରୋଧରେ ଯୁଦ୍ଧ ଡାକରା ଦିଆଯିବା ସହ ଧମକ୍‌ ଦେଇ କୁହାଯାଇଥିଲା ଯେ ଆଗାମୀ ଦିନରେ କୁମ୍ଭମେଳା ଓ ତ୍ରିସୁର ପୋରାମ୍‌ ପ୍ରଭୃତି ଆୟୋଜନ କାଳରେ ସେମାନେ ଭାରତରେ ବ୍ୟାପକ ନରସଂହାର ଘଟାଇବେ।

www.indialivetoday.com

ଏବେ ତ୍ରିଚୁରର ସାବରମାଲା ମନ୍ଦିରରେ ତ୍ରିସୁର ପୋରାମ୍‌ ଉତ୍ସବ ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଉତ୍ସବରେ ସାମିଲ୍‌ ହେବା ପାଇଁ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁ ରେଳ ଯୋଗେ ତ୍ରିଚୁର ଷ୍ଟେସନ୍‌ ଦେଇ ସାବରମାଲା ମନ୍ଦରକୁ ଆସିଥାନ୍ତି। ଏହି ସୁଯୋଗରେ ଆଇଏସ୍‌ ଆତଙ୍କବାଦୀମାନେ ସଂପୃକ୍ତ ଷ୍ଟେସନରେ ଥିବା ଜଳ ଉତ୍ସରେ ଉତ୍କଟ ବିଷ ମିଶାଇ ସେହି ପାଣିକୁ ଅଣ ମୁସଲମାନ ଶ୍ରଦ୍ଧାଳୁମାନଙ୍କୁ ପିଆଇ ବ୍ୟାପକ ନରସଂହାର ଘଟାଇବା ଅପେକ୍ଷାରେ ରହିଛନ୍ତି। ଗୁଇନ୍ଦା ବିଭାଗ ସୂତ୍ରରୁ ଏସଂପର୍କରେ ରିପୋର୍ଟ ମିଳିବା ପରେ କେରଳ ପୁଲିସ୍‌ ପ୍ରଶାସନ ପକ୍ଷରୁ ଏବେ ତ୍ରିଚୁର ରେଳ ଷ୍ଟେସନରେ ଥିବା ଜଳ ଉତ୍ସଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଏ ଦିଗରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ମଧ୍ୟ ତ୍ରିଚୁର ରେଳ ଷ୍ଟେସନ୍‌ ମାଷ୍ଟରଙ୍କୁ ଲିଖିତ ଭାବେ ଜଣାଇ ଦିଆ ଯାଇଥିବା ଜାଣିବାକୁ ମିଳିଛି। ଖାଲି, ଏତିକି ନୁହେଁ; ଜନଗହଳି ସମୟରେ ଟ୍ରକ୍‌ ମଡ଼ାଇ ସାଧାରଣ ଜନତାଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଆଇଏସ୍‌ ଗୋଷ୍ଠୀ ଯୋଜନା ପ୍ରସ୍ତୁତ କରିଛି ବୋଲି ସତର୍କ ସୂଚନା ଦେଇଛି ଗୁଇନ୍ଦା ବିଭାଗ।

ସମ୍ବନ୍ଧିତ ଖବର