ଥିରୁବନ୍ତପୁରମ୍‌ (କେରଳ): କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡୀ ଓ ଏଆଇସିସିର ସାଧାରଣ ସଂପାଦକ କେ ସି ଭେନୁଗୋପାଲଙ୍କ ବିରୋଧରେ ଆଜି କେରଳ ପୁଲିସ୍‌ ଏକ ଦୁଷ୍କର୍ମ ମାମଲା ରୁଜ୍ଜୁ କରିବା ସହ ତଦନ୍ତ କରିଛି। କେରଳର ସୋଲାର ଦୁର୍ନୀତିରେ ସଂପୃକ୍ତା ଜନୈକା ମହିଳା ସରିଥା ଏସ୍‌ ନାୟାର କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡୀ ଓ ଏଆଇସିସିର ସାଧାରଣ ସଂପାଦକ କେ ସି ଭେନୁଗୋପାଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଗତ କରିବା ପରେ ଏହି ଦୁର୍ନୀତିର ନ୍ୟାୟିକ ତଦନ୍ତ କରୁଥିବା କମିଶନ ଦୁଇ ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ ପାଇଁ କେରଳ ପୁଲିସ୍‌କୁ ନିର୍ଦ୍ଦେଶ ଦେବା ପରେ ପୁଲିସ୍‌ ଏହି ଦୁଇ ଜଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଗତ କରିଥିବା ଜାଣିବାକୁ ମିଳିଛି।

Advertisment

publive-image

ଘଟଣାରୁ ପ୍ରକାଶ ଅଭିଯୁକ୍ତା ମହିଳାଙ୍କର ଏକ ସୌର ଶକ୍ତି ପ୍ରକଳ୍ପ ରହିଥିବା ବେଳେ ତାଙ୍କୁ ଅନୁଚିତ୍‌ ଅନୁଗ୍ରହ ପ୍ରଦାନ କରିବା ପାଇଁ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡୀ ଓ ଏଆଇସିସିର ସାଧାରଣ ସଂପାଦକ କେ ସି ଭେନୁଗୋପାଲ ତାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କୁ ଅନୁଗ୍ରହ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍‌ ଚାଣ୍ଡୀ ଗତ ୨୦୧୨ରେ ତାଙ୍କ ସରକାରୀ ବାସଭବନରେ ତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲେ। ସେହିପରି ଏଆଇସିସିର ସାଧାରଣ ସଂପାଦକ କେ ସି ଭେନୁଗୋପାଲ ମଧ୍ୟ ତାଙ୍କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ କେରଳର ଅନ୍ୟତମ ପୂର୍ବତନ ମନ୍ତ୍ରୀ ଏ ପି ଅନୀଲ କୁମାରଙ୍କ ସରକାରୀ ବାସଭବନରେ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ସେ ସୋଲାର ଦୁର୍ନୀତିର ତଦନ୍ତ କରୁଥିବା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ଉଭୟ କେରଳ ଓ କେନ୍ଦ୍ରରେ ରାଜନୀତି ବେଶ ସରଗରମ ହୋଇପଡ଼ିଛି।