କେରଳ ନନ୍‌ ଦୁଷ୍କର୍ମ ମାମଲା : କାର୍ଯ୍ୟାନୁଷ୍ଠାନ ନହେବାରୁ ରାସ୍ତାକୁ ଓହ୍ଲାଇଲେ ନନ୍‌

ଥିରୁଅନନ୍ତପୁରମ୍‌: ନନ୍‌ମାନେ ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ନିକଟରେ ବିସପ୍‌ଙ୍କ ଦ୍ୱାରା କେତେକ ନନ୍‌ ଦୁଷ୍କର୍ମର ଶିକାର ହେବା ଘଟଣା ବେଶ୍‌ ଉଦ୍‌ବେଗଜନକ ହୋଇଛି। ତେବେ ଜଲନ୍ଧରର ଫ୍ରାଙ୍କୋ ମୁଲାକ୍କାଲ୍‌ ନାମକ ଜଣେ ବିସପ୍‌ଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନନ୍‌ଙ୍କୁ ନ୍ୟାୟ ନ ମିଳିବାରୁ ଆଜି ନନ୍‌ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କୋଚିରେ ବହୁ ସଂଖ୍ୟାରେ ନନ୍‌ ଏଥିରେ ସାମିଲ ହୋଇ ବିସପ୍‌ଙ୍କୁ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣା ବିଶ୍ୱବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର