ଥିରୁଭାନନ୍ତପୁରମ୍: ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ଶାରଦା ମୁରଲୀଧରନ କେରଳର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। 

Advertisment

ଏହି ଦାୟିତ୍ବ ଶାରଦା ମୁରଲୀଧରନ ତାଙ୍କ ସ୍ବାମୀଙ୍କ ଠାରୁ ଗ୍ରହଣ କରିଛନ୍ତି।  ଅମଲାତାନ୍ତ୍ରିକ ଇତିହାସରେ ପ୍ରଥମଥର ସ୍ବାମୀଙ୍କ ପରେ ସ୍ତ୍ରୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। 

ଭି.ବେଣୁ ଗତ ଶନିବାର ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ। ଏବେ ବେଣୁଙ୍କ ପରେ ତାଙ୍କ ସ୍ତ୍ରୀ ଆଇଏଏସ୍‌ ଶାରଦା ମୁରଲୀଧରନ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରି ଚର୍ଚ୍ଚାରେ ରହିଛନ୍ତି।

 ଏହାପୂର୍ବରୁ ଶାରଦା ମୁରଲୀଧରନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରୁଥିଲେ। 
ଏଭଳି ଏକ ବିରଳ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପି. ବିଜୟନ କହିଛନ୍ତି, ପୂର୍ବରୁ ଜିଲ୍ଲାପାଳ ଭାବେ ସ୍ବାମୀଙ୍କ ଠାରୁ ସ୍ତ୍ରୀ ଦାୟିତ୍ବ ନେବାର ଘଟଣା ସାମ୍ନାକୁ ଆସିଥିଲା। କିନ୍ତୁ କେରଳର ଅମଲାତାନ୍ତ୍ରିକ ଇତିହାସରେ ମୁଖ୍ୟ ଶାସନ ସଚିବ ସ୍ବାମୀଙ୍କ ଠାରୁ ସ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ଅଥବା ସ୍ବାମୀ  ଯେଉଁ ଚୌରକିରେ ବସି ସେବା ଯୋଗାଉଥିଲେ ‌ସେ ଆସନରେ ସ୍ତ୍ରୀ ବସିବା ଘଟଣା ପ୍ରଥମ।

ମୁଖ୍ୟ ଶାସନ ସଚିବ ହେବାପରେ ସ୍ତ୍ରୀ ଶାରଦା ମୁରଲୀଧରନ୍‌ କହିଛନ୍ତି, ଏହି ମୁହୂର୍ତ୍ତ ମୋ ଜୀବନରେ ଆସିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ସ୍ବାମୀଙ୍କୁ ବିଦାୟ ଦେଇ ତାଙ୍କ ପଦରେ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ଗର୍ବିତ।  ମୁଁ ମୋର ସ୍ବାମୀଙ୍କ ସହିତ ୩୪ ବର୍ଷ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଭାବରେ ଏକାଠି କାମ କରିଛି। ।’

 ଅଧିକପଢ଼ନ୍ତୁ: ଚତୁର୍ଥ ମହଲାରୁ ଖସି ପଡ଼ି ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ