ସିଏଏ ପ୍ରସଂଗରେ ଛାତ୍ରୀଙ୍କୁ ‘ପାକିସ୍ତାନ ପଳାଅ’ କହି ନିଲମ୍ବିତ ହେଲେ ଶିକ୍ଷକ

ତିତୁବନନ୍ତପୁରମ୍‌: ନାଗରିକ ସଂଶୋଧନ ଆଇନ୍‌(ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ଦେଶରେ ପୂର୍ବରୁ ଅନେକ କିଛି ଘଟିଯାଇଥିବା ବେଳେ ନିକଟରେ କେରଳ ଜଣେ ସରକାରୀ ସ୍କୁଲ୍‌ ଶିକ୍ଷକ ତାଙ୍କର ଜଣେ ଛାତ୍ରୀଙ୍କୁ ‘ପାକିସ୍ତାନ ପଳାଅ’ ବୋଲି କହି ନିଲମ୍ବିତ ହୋଇଛନ୍ତି। ଘଟଣାଟି ଘଟିଛି କେରଳର ତ୍ରିଶୁର ଜିଲ୍ଳାରେ। ପୂର୍ବରୁ ସରକାର, ସରକାରଙ୍କ ନୀତି କିମ୍ବା ସଶସ୍ତ୍ର ବଳ ବିରୋଧରେ ସ୍ବର ଉଠାଉଥିବା ନାଗରିକଙ୍କ ଉପରେ ଅନେକ ଥର ‘ପାକିସ୍ତାନ ପଳାଅ’ ବାକ୍ୟଟି ପ୍ରୟୋଗ ହୋଇଛି ଓ ବିବାଦ ବି ଉପୁଜିଛି ମଧ୍ୟ।

କୋଦୁଙ୍ଗାଲୁରରେ ଥିବା ଏକ ସରକାରୀ ବାଳିକା ସ୍କୁଲ୍‌ର ହିନ୍ଦୀ ଶିକ୍ଷକ କଲେସାନ ‌କେକେ ସିଏଏକୁ ବିରୋଧ କରୁଥିବା ଜଣେ ଛାତ୍ରୀଙ୍କୁ  ‘ପାକିସ୍ତାନ ପଳାଅ’ କହିବା ପରେ ଛାତ୍ରଟିର ଅଭିଭାବକ ଅଭିଯୋଗ ଆଣିଥିଲେ। ଶେଷରେ ତାଙ୍କୁ ନିଲମ୍ବିତ କରାଯାଇଛି।

Campus Varta

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗତ ସପ୍ତାହରେ ଶ୍ରେଣୀ କକ୍ଷରେ ସିଏଏକୁ ନେଇ ଏକ ଆଲୋଚନା ଚାଲିଥିଲା। ଆଲୋଚନା ସମୟରେ ଛାତ୍ରୀ ଜଣକ ନିଜର ମତ ରଖି ତାହାକୁ ବିରୋଧ କରିଥି‌ଲେ। ଛାତ୍ରୀ ଜଣକ ବିରୋଧ କରିବା ପରେ ଶିକ୍ଷକ କେ‌େ ତାଙ୍କୁ ରାଗରେ ଆସି ‘ପାକିସ୍ତାନ ପଳାଅ’ ବୋଲି କହିଥିଲେ।

ଜାଣିବାକୁ ମିଳିିଛି ଯେ ଶ୍ରେଣୀରେ ଅନେକ ମୁସ୍‌ଲ୍‌ମାନ ଥିବା କାରଣରୁ ଶିକ୍ଷକ ସିଏଏକୁ ନେଇ ଯେଉଁ ଭଳି ଭାବେ ଆଲୋଚନା କରିଥିଲେ ତାହା ଏକାଧିକ ଛାତ୍ରୀଙ୍କୁ ଆଘାତ ଦେଇଛି। ଅଷ୍ଟମ ଶ୍ରେଣୀ ଗୃହରେ ସିଏଏକୁ ନେଇ ଆଲୋଚନା କରୁଥିବା ଶିକ୍ଷକ କେକେ ଅନେକ ଛାତ୍ରୀଙ୍କୁ ଆଘାତ ଦେବା ପରେ ସେମାନଙ୍କ ଅଭିଭାବକମାନେ ମିଳିତ ଭାବେ ଅଭିଯୋଗ କରିବା ପରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର