ଥିରୁବନନ୍ତପୁରମ୍: "କିଛି ଦିନ ଆଗରୁ ମୋର ମାନସିକ ସ୍ଥିତି ଏପରି ଥିଲା ଯେ ମୁଁ ଅତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିଲି କିନ୍ତୁ ବର୍ତ୍ତମାନ ମୁଁ ଠିକ ଅଛି। ମୁଁ ଶାନ୍ତ ରହିବା ପାଇଁ ଶତପ୍ରତିଶତ ଚେଷ୍ଟା କରୁଛି ବୋଲି କହିଛନ୍ତି ଥିରୁବନନ୍ତପୁରମ୍ସ୍ଥିତ ମୁକୋଲାକାଲର ସେଣ୍ଟ ଥୋମାସ ସେଣ୍ଟ୍ରାଲ ସ୍କୁଲର ୧୬ ବର୍ଷୀୟା ଛାତ୍ରୀ । ବିଦ୍ୟାଳୟରେ ନିଜର ଉପର ଶ୍ରେଣୀର ଛାତ୍ର ତାଙ୍କୁ ଦୀର୍ଘ ସମୟ ଧରି ଆଲିଙ୍ଗନ କରିବାରୁ ଅଗଷ୍ଟ ୨୧ରେ ଦୁଇ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯାଇଛି।
ଦୁଇ ଛାତ୍ରଛାତ୍ରୀ ସଧାରଣ ଆଲିଙ୍ଗନ ପାଇଁ ବିଦ୍ୟାଳୟରୁ ବହିଷ୍କାର ହେବାପରେ ଗତ ୪ ମାସ ହେବ ପରିବାର ଏବଂ ତାଙ୍କର ଜୀବନରେ ଦୁଃଖର ଜୁଆର ମାଡ଼ି ଆସିଛି। ପ୍ରକୃତ ଘଟଣାଟି ହେଉଛି, ବିଦ୍ୟାଳୟରେ ପାଶ୍ଚାତ୍ୟ ସଂଙ୍ଗୀତ ପ୍ରତିଯୋଗିତା ହୋଉଥିଲା ଯେଉଁଥିରେ ଛାତ୍ରୀ ଜଣଙ୍କ ଭାଗ ନେଇଥିଲେ । ପ୍ରତିଯୋଗିତାରେ ସେ ଅମେରିକାନ ସିଙ୍ଗର ଜନ ଲିଜେଣ୍ଡଙ୍କ 'ଆଲ ଅଫ ମି' ଗୀତ ଗାଇଥିଲେ । ସଂଙ୍ଗୀତ ପରେ ଅତ୍ୟଧିକ ଖୁସି ହୋଇ ଦୁଇ ଛାତ୍ରଛାତ୍ରୀ ପରସ୍ପରକୁ ମାତ୍ର ୨ ସେକେଣ୍ଡ ପାଇଁ ଆଲିଙ୍ଗନ କରିଥିଲେ ।
/sambad/media/post_attachments/wp-content/uploads/2017/12/school-300x168.jpeg)
ଏହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନଜରରେ ଆସିଯାଇଥିଲା ଏବଂ ସେମାନେ ବନ୍ଧୁତା ଆଲିଙ୍ଗନକୁ ଭିନ୍ନ ନଜରରେ ଦେଖିଥିଲେ । ମୁଁ ଏବଂ ମୋ ମା’ ଏହି ଘଟଣା ସମ୍ବନ୍ଧରେ ମାର ଥୋମାସ ଏଜୁକେସନାଲ ସୋସାଇଟିର ସେକ୍ରେଟେରୀ ରଞ୍ଜନ ଭଗରସ୍ଙ୍କୁ କହିଥିଲେ ମଧ୍ୟ ସେ ଆମକୁ ବହୁ ଲଜ୍ଜାଜନକ ପ୍ରତିଉତ୍ତର ଦେଇଥିଲେ ଏବଂ ମୋର ପରିବାର ବିଷୟରେ ବହୁତ ଖରାପ ମନ୍ତବ୍ୟ ରଖିଥିଲେ ବୋଲି କହିଛନ୍ତି ଛାତ୍ରୀ ।
ଛାତ୍ର ଜଣଙ୍କ ମତେ ଜବରଦସ୍ତି ଆଲିଙ୍ଗନ କରିବା କଥା ଳିଖିତରେ ଦେବା ପାଇଁ ମତେ କୁହାଗଲା ଏବଂ ଯଦି ମୁଁ ଏପରି କରେ ତେବେ ମୋ ବହିଷ୍କାରକୁ ଖରଜ କରାଯିବ ଏବଂ ସେ ବିଦ୍ୟାଳୟରେ ପାଠ ପଢ଼ିପାରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିଲେ ବୋଲି କହିଛନ୍ତି ଛାତ୍ରୀ। ଛାତ୍ରୀ ଜଣଙ୍କ ଯେତେବେଳେ ଜାଣିବାକୁ ପାଇଲେ ସେହି ବିଦ୍ୟାଳୟରେ ଆଉ ତାଙ୍କୁ ଆଡ଼ମିସନ ମିଳିବ ନାହିଁ ତାଙ୍କ ପିତା ଅନ୍ୟା ଏକ ବିଦ୍ୟାଳୟରେ ତାଙ୍କର ନାମ ଦାଖଲ କରିଥିଲେ । ବିଦ୍ୟାଳୟର କର୍ତ୍ତୃପକ୍ଷ ତାଙ୍କର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରିଥିଲେ ବୋଲି କହିଛନ୍ତି ଛାତ୍ରୀ । ସୋମବାର ଦିନ ଛାତ୍ର ଜଣକ ନ୍ୟାୟ ଲାଗି ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ।