ଛାତ୍ରୀଙ୍କ ପୋଷାକ ବିଷୟରେ ‘ତରଭୁଜ’ ମନ୍ତବ୍ୟ ଦେଇଥିବା କେରଳୀ ପ୍ରଧ୍ୟାପକଙ୍କ ହଟହଟା

କୋଝିକୋଡ଼: ମୁସଲମାନ ଝିଅମାନଙ୍କ ପୋଷାକ ସମ୍ବନ୍ଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ‘ଫାରୂକ୍‌ ଟ୍ରେନିଙ୍ଗ୍‌ କଲେଜ’ର ଜଣେ ସହକାରୀ ପ୍ରଧ୍ୟାପକଙ୍କ ବିରୋଧରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

‘ଏସ୍‌ଏଫ୍‌ଆଇ’ ସଙ୍ଗଠନ ନାମରେ ଫାରୂକ୍‌ କଲେଜର ଗୁଡ଼ାଏ ଛାତ୍ରୀ ହାତରେ ଖଣ୍ଡିଏ ଲେଖାଁ ତରଭୁଜ ଧରି ପ୍ରତିଷ୍ଠାନର ମୁଖ୍ୟ ଫାଟକ ନିକଟକୁ ‘ତରଭୁଜ ଯାତ୍ରା’ରେ ଯାଇଥିଲେ। ଛାତ୍ରୀମାନଙ୍କ ପୋଷାକପରିଚ୍ଛଦକୁ ଇସ୍‌ଲାମ୍‌ ବିରୋଧୀ କହିଥିବା ସହକାରୀ ପ୍ରଧ୍ୟାପକ ଜୌହର୍‌ ମୁନାଓ୍ଵିର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ।

ମୁସଲମାନ ପରିବାରଙ୍କ ଏକ ସମାବେଶରେ ପ୍ରଧ୍ୟାପକ ମହାଶୟ ଭାଷଣ ଦେଇ କହିଥିଲେ କି, ଝିଅମାନେ ଠିକ୍‌ ଭାବେ ସେମାନଙ୍କର ହିଜାବ୍‌ ନ ପିନ୍ଧି ‘ତରଭୁଜ ନୋଳା ସଜ୍ଜିତ ହେଲା ପରି ନିଜର ବୁକୁ ପ୍ରଦର୍ଶନ କରାଉଛନ୍ତି’।

ଛାତ୍ରୀମାନଙ୍କ ‘ତରଭୁଜ ଯାତ୍ରା’କୁ ପୁଲିସ ଅଟକାଇ ଥିଲା। ତରଭୁଜ ଖଣ୍ଡ ବଣ୍ଟନ କରି ‘କେଏସ୍‌ୟୁ’ କର୍ମୀମାନେ ମଧ୍ୟ ପ୍ରତିବାଦ କରିଥିଲା। ‘ଏବିଭିପି’ କଲେଜ ଫାଟକ ସାମ୍ନାରେ ଗୋଟାଏ ତରଭୁଜ କଚାଡ଼ି ଫଟାଇ ସେମାନଙ୍କର ପ୍ରତିବାଦ ଉପସ୍ଥାପନ କରିଥିଲେ।

ପ୍ରଧ୍ୟାପକଙ୍କ ଭାଷଣ ଏକ ଭିଡିଓ କ୍ଲିପ୍‌ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଗତ ସପ୍ତାହରେ ହୋଲି ଖେଳ ଘଟଣାରୁ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀ ଫାରୂକ କଲେଜ୍‌ର କର୍ମଚାରୀଙ୍କ ମଧ୍ୟରେ ସଂର୍ଘଷ ବି ହୋଇଥିଲା।

ପର୍ଦ୍ଦା ତଳୁ ଲେଗିଙ୍ଗ୍‌ ଦେଖାଉଛନ୍ତି ବୋଲି କହି ମଧ୍ୟ ପ୍ରଧ୍ୟାପକ ଭାଷଣରେ ଛାତୀମାନଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ: କ୍ୟାମ୍ପସ୍‌ର ୮୦% ହେଉଛନ୍ତି ଛାତ୍ରୀ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ। ସେମାନେ ପର୍ଦ୍ଦା ପିନ୍ଧନ୍ତି, କିନ୍ତୁ ଲେଗିଙ୍ଗ୍‌ ଦେଖା ଯିବା ପର୍ଯ୍ୟନ୍ତ ତାହାକୁ ଟେକି ରଖିଥାଆନ୍ତି। ସେ ଆହୁରି କହିଥିଲେ, ଝିଅମାନେ ଆଉ ମୁଫ୍‌ତା ପିନ୍ଧୁ ନାହାନ୍ତି। ତା’ପରିବର୍ତ୍ତେ ସ୍କାର୍ଫ ବା ସାଲ୍‌ରେ ମଥା ଢାଙ୍କୁଛନ୍ତି। ମହିଳାଙ୍କ ବୁକୁ ହିଁ ପୁରୁଷଙ୍କୁ ଆକୃଷ୍ଟ କରିଥାଏ। ତାହାକୁ ଆବୃତ କରିବାକୁ ଇସ୍‌ଲାମ୍‌ ଶିକ୍ଷା ଦିଏ।

ପ୍ରତିବାଦ ସଭାରେ କାଲିକଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ ସଂସଦର ସଭାନେତ୍ରୀ ସୁଜା ପି କହିଛନ୍ତି: ଆମ ଶରୀର ନୁହେଁ, ମୁହଁକୁ ଚାହିଁ ଶିକ୍ଷକମାନେ ପଢ଼ାଇବା ଉଚିତ।

ଫାରୂକ୍‌ ଟ୍ରେନିଙ୍ଗ୍‌ କଲେଜର ଅଧ୍ୟକ୍ଷ ସି ଏ ଜବାହର କହନ୍ତି ଯେ ତିନି ମାସ ତଳେ କଲେଜ ବାହାରେ ଏହି ଭାଷଣ ଦିଆଯାଇଥିଲା। ତେଣୁ କଲେଜ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ନାହିଁ। କଲେଜ ମଧ୍ୟ କୌଣସି ଅଭିଯୋଗ ପାଇ ନାହିଁ।

ସମ୍ବନ୍ଧିତ ଖବର