ନୂଆଦିଲ୍ଲୀ : ୨୦୧୮ ମସିହାର ଏକ ଭିଡ଼ହିଂସା ମାମଲାରେ କେରଳ ପଲକ୍କଡ଼ ଜିଲ୍ଲାର ସ୍ବତନ୍ତ୍ର କୋର୍ଟ ଆଜି ୧୩ ଜଣଙ୍କୁ ଦୋଷୀସାବ୍ୟସ୍ତ କରି ୭ ବର୍ଷ ଜେଲ୍ଦଣ୍ଡ ଦେଇଛନ୍ତି ଏବଂ ସେମାନଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ମାନସିକ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଜଣେ ଆଦିବାସୀ ଯୁବକ ମଧୁଙ୍କୁ ୨୦୧୮ ଫେବ୍ରୁଆରିରେ କିଛି ଲୋକ ତାକୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା କରିଥିଲେ। ମଙ୍ଗଳବାର ଦିନ କୋର୍ଟ ଏହି ମାମଲାରେ ୧୩ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ଏବଂ ମାମଲାରେ ୨ ଜଣଙ୍କୁ ଦୋଷମୁକ୍ତ କରିଥିଲେ। ସମସ୍ତ ୧୩ ଅଭିଯୁକ୍ତଙ୍କୁ କୋର୍ଟ ଆଜି ୭ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ସମସ୍ତ ଅଭିଯୁକ୍ତ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟଙ୍କା ମଧୁଙ୍କ ମା’ଙ୍କୁ ଦିଆଯିବ।
କେରଳ ଭିଡ଼ହିଂସା ମାମଲା: ୧୩ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍ଦଣ୍ଡ
/sambad/media/post_attachments/wp-content/uploads/2022/10/jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)