ବେଙ୍ଗାଲୁରୁ ବିମାନବନ୍ଦରକୁ ଉଡ଼ାଇଦେବାକୁ ଧମକ ଦେଇ କେରଳୀ ମହିଳା ଗିରଫ

ବେଙ୍ଗାଲୁରୁ : ବିମାନରେ ଚଢ଼ିବାକୁ ବିଳମ୍ବ ହେବାରୁ କର୍ତ୍ତୃପକ୍ଷଙ୍କ ସହ ଝଗଡ଼ା କରିବା ବେଳେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇଦେବାକୁ ଧମକ ଦେଇଥିବା କେରଳୀ ମହିଳାଙ୍କୁ ଗିରଫ କରାଯାଇଛି ବୋଲି ସୋମବାର ପୁଲିସ ପ୍ରକାଶ କରିଛି।

ମହିଳାଙ୍କୁ କୋର୍ଟରେ ହାଜର କରାଯିବା ପରେ କୋର୍ଟ ତାଙ୍କୁ ୧୧ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି କେରଳ କୋଝିକୋଡର ୩୧ ବର୍ଷୀୟା ମାନସୀ ସତୀବାଇନୁ। ପୁଲିସର କହିବା ଅନୁସାରେ ଫେବ୍ରୁଆରି ୩ରେ ଘଟିଥିବା ଘଟଣା ଏବେ ଲୋକଲୋଚନକୁ ଆସିଛି। ମହିଳାଙ୍କର ବେଙ୍ଗାଲୁରୁରୁ କୋଲକାତା ଯିବାର ଥିଲା। ଗେଟ୍‌ରେ ଚେକିଂ ବେଳେ ବିଳମ୍ବ ହେବାରୁ ବିମାନବନ୍ଦର କର୍ମଚାରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ସେ କହିଥିଲେ, ଯଦି ତାଙ୍କୁ ତୁରନ୍ତ ବିମାନରେ ଚଢ଼ିବାକୁ ଅନୁମତି ଦିଆ ନ ଯାଏ, ତେବେ ସେ ବୋମା ଖଞ୍ଜି ବିମାନବନ୍ଦରକୁ ଉଡ଼ାଇଦେବେ। ଏହାପରେ ମହିଳା ଜଣକ ବଡ଼ପାଟି କରି କହିବାକୁ ଲାଗିଲେ ଯେ ବିମାନବନ୍ଦରରେ ବୋମା ଅଛି। ଯାତ୍ରୀମାନେ ନିଜ ଜୀବନ ବଞ୍ଚେଇବାକୁ ତୁରନ୍ତ ବାହାରକୁ ପଳାନ୍ତୁ। ଏହାପରେ ସୁରକ୍ଷା କର୍ମୀ ମହିଳାଙ୍କୁ ଗିରଫ କରି ପୁଲିସକୁ ହସ୍ତାନ୍ତର କରିଥିଲା।

ସମ୍ବନ୍ଧିତ ଖବର