ଡ଼ାକ୍ତରଙ୍କ ଦାୟିତ୍ୱହୀନତା : ସ୍ତନ କର୍କଟ ନ ଥାଇ ମଧ୍ୟ କରି ଚାଲିଥିଲେ କେମୋଥେରାପି

ନୂଆଦିଲ୍ଲୀ : ଡ଼ାକ୍ତରଙ୍କୁ ଲୋକେ ଦ୍ୱିତୀୟ ଭଗବାନ ବୋଲି ମାନିଥାନ୍ତି । ବିଭିନ୍ନ ରୋଗକୁ ଭଲ କରିବାର ଶକ୍ତି ଡ଼ାକ୍ତରମାନଙ୍କ ପାଖରେ ଥିବା ବେଳେ କେରଳର କୋଟ୍ଟୟମରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡ଼ାକ୍ତରଙ୍କ ଭୁଲ ସୂଚନା ପାଇଁ ଜଣେ ମହିଳା  ଅଯଥା ଖର୍ଚ୍ଚାନ୍ତ ହେବା ସହ ନିଜ ମୁଣ୍ଡର କେଶ ହରାଇଥିବା ଜଣା ପଡ଼ିଛି । ଡ଼ାକ୍ତରଜଣଙ୍କ ମହିଳାଙ୍କର ସ୍ତନ କର୍କଟ ରୋଗ ହୋଇଛି ବୋଲି କହିବା ସହ ତାଙ୍କର କେମୋଥେରାପି କରାଇଥିଲେ । କିନ୍ତୁ ପରେ ମହିଳା ସଂପୂର୍ଣ୍ଣ ସୁସ୍ଥ ବୋଲି ଜଣା ପଡ଼ିଥିଲାା କୋଟ୍ଟୟମର ସରକାରୀ ଡ଼ାକ୍ତରଖାନାରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ପୀଡ଼ିତାଙ୍କ ନାଁ ରଜନୀ ହୋଇଥିବା ବେଳେ ସେ ଏକାକୀ ଘର ଚଳାଉଥିଲେ । କିନ୍ତୁ କେମୋଥେରାପି ପାଇଁ ତାଙ୍କ ଶରୀର ଦୁର୍ବଳ ହୋଇ ଯାଇଥିବାରୁ ସେ ଏବେ ବାହାରକୁ ଯାଇ ପାରୁ ନାହାନ୍ତି।

oneindia.com

ସୂଚନା ମୁତାବକ, ପୀଡ଼ିତାଙ୍କ ସ୍ତନ ବଧିର ହେବା ଭଳି ଲାଗିବାରୁ ସେ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ଏହା ପରେ ତାଙ୍କ ପରୀକ୍ଷା କରାଯିବା ପରେ କର୍କଟ ରୋଗ ହୋଇଥିବା ସାମ୍ନାକୁ ଆସିଥିଲା । ରିପୋର୍ଟ ଆସିବା ପରେ ଡ଼ାକ୍ତର କେମୋଥେରାପି ଦେବା ଆରମ୍ଭ କରିଥିଲେ । ପ୍ରଥମ କେମୋଥେରାପି ପରେ ମହିଳା ଦ୍ୱିତୀୟ ଥର ଯାଞ୍ଚ କରାଇବାରୁ ତାଙ୍କୁ କର୍କଟ ରୋଗ ହୋଇ ନଥିବା ସାମ୍ନାକୁ ଆସିଥିଲା । ରିପୋର୍ଟ ନେଇ ଡ଼ାକ୍ତରଙ୍କୁ ଦେଖାଇବା ପରେ ଡ଼ାକ୍ତର କେମୋଥେରାପି ବନ୍ଦ କରି ଦେଇଥିଲେ । କିନ୍ତୁ ପ୍ରଥମ କେମୋଥେରାପି ପାଇଁ ରଜନୀଙ୍କ କେଶ ସବୁ ଝଡ଼ିଯିବା ସହ ସେ ଦୁର୍ବଳ ହୋଇ ଯାଇଥିଲେ । ଏହି ମାମଲାଟି ସାମ୍ନାକୁ ଆସିବା ପରେ ଏବେ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର