ତିରୁଅନନ୍ତପୁରମ : କେରଳ ଅର୍ଥମନ୍ତ୍ରୀ କେ ଏନ ବାଲଗୋପାଲ ଆଜି ପିନରାୟୀ ବିଜୟନ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଏଥିରେ କରୋନା ମହାମାରୀର ଦ୍ବିତୀୟ ଲହର ମୁକାବିଲା ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ୨୦ ହଜାର କୋଟିର ପ୍ୟାକେଜ୍ ଛଡ଼ା ଅର୍ଥମନ୍ତ୍ରୀ ବଜେଟ୍ରେ ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବା ପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ମାଗଣା ଟିକାକରଣ ପାଇଁ ସୁବିଧା ସୃଷ୍ଟି ଓ ଉପକରଣ ବାବଦରେ ଅତିରିକ୍ତ ୫୦୦ କୋଟି ଟଙ୍କା ବ୍ୟୟ ହେବ।
କରୋନା ପାଇଁ କେରଳର ୨୦ ହଜାର କୋଟି ପ୍ୟାକେଜ୍
/sambad/media/post_attachments/wp-content/uploads/2021/06/Kerala-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)