ତିରୁବନନ୍ତପୁରମ୍ : ଶତାବ୍ଦୀର ସବୁଠାରୁ ବଡ଼ ବନ୍ୟାର ଶିକାର ହୋଇଛି କେରଳ। ପ୍ରକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ଇଶ୍ୱରଙ୍କ ଭୂମି କୁହାଯାଉଥିବା କେରଳ ଏବେ ନଷ୍ଟଭ୍ରଷ୍ଟ ହୋଇଯାଇଛି। ୩୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୦,୦୦୦ରୁ ଅଧିକ ବାସହୀନ ହୋଇପଡ଼ିଛନ୍ତି। ଆସନ୍ତୁ ଜାଣିବା କେରଳ ବନ୍ୟା ସଂପର୍କୀୟ ୧୦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।
୧. ବନ୍ୟା କାରଣରୁ ୭,୨୪,୬୪୯ ପୀଡିତଙ୍କୁ ଆଶ୍ରୟ ଶିବିରରେ ଶରଣ ନେବାକୁ ପଡିଛି । ପୀଡିତଙ୍କ ପାଇଁ ୫,୬୪୫ ଆଶ୍ରୟ ଶିବିର ପ୍ରସ୍ତୁତ କରାଯାଇଛି ।
୨. ବର୍ତ୍ତମାନ ପର୍ଯ୍ୟନ୍ତ ସେନା ଏବଂ ଅନ୍ୟ ଏଜେନ୍ସି ଦ୍ୱାରା ପାଖାପାଖି ୩୮ରୁ ଅଧିକ ପୀଡିତଙ୍କୁ ଉଦ୍ଧାର କରାଯାଇଛି ।
 News18.com୩. ୬୭ ହେଲିକପ୍ଟର,୨୪ ବିମାନ,୫୪୮ ମୋଟରବୋଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।
୪. ପାଖାପାଖି ୧ ଲକ୍ଷ ଯବାନ ସ୍ଥଳସେନା, ନୌସେନା,କୋଷ୍ଟଗାର୍ଡ, ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ପୀଡିତଙ୍କୁ ଉଦ୍ଧାର କରିବାରେ ଲାଗିପଡିଛନ୍ତି ।
 The Logical Indian୫. ବନ୍ୟାର କରାଳ ତାଣ୍ଡବରୁ ୧୬୦୦୦ କି.ମି ରାସ୍ତା,୧୩୪ ପୋଲ ଭାଙ୍ଗି ଯାଇଛି ।
୬. ହଜାର ହଜାର ଘର ଏବଂ ୪୦ ହଜାରରୁ ଅଧିକ କ୍ଷେତ ଉଜୁଡି ଯାଇଛି ।
୭. ସବୁ ଜିଲ୍ଲାରେ ଜାରି କରାଯାଇଥିବା ରେଡ୍ ଆଲର୍ଟକୁ ହଟାଇ ଦିଆଯାଇଛି । ଇଡ୍ଡୁକୀ,କୋଜିକୋଡ୍ ଏବଂ କନ୍ନୁରରେ ୟେଲୋ ଆଲର୍ଟ ଜାରି ହୋଇଛି ।
 Oneindia୮. ଆଶ୍ରୟସ୍ଥଳୀ ଆଖପାଖରେ ମଧ୍ୟ ରହିଛି ପାଣି, ଯେଉଁ କାରଣରୁ ମହାମାରୀ ବ୍ୟାପିବାର ଭୟ ମଧ୍ୟ ଲାଗିରହିଛି । ଅଲୁବାରେ ୩ ଜଣ ହାଡଫୁଟିରେ ଆକ୍ରାନ୍ତ ,ସେମାନଙ୍କ ଚିକିତ୍ସା ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯାଉଛି ।
୯. ୨୯ ମେ’ରେ ଆସିଥିବା ପ୍ରଥମ ବନ୍ୟାଜଳ ସାଙ୍ଗରେ ମୃତ୍ୟୁର ଦାନବକୁ ନେଇ ଆସିଛି । ଅଲାପ୍ପୁଝା,ଏନ୍ନାକୁଲମ୍ ଏବଂ ତ୍ରିଶୁରରେ ଉଦ୍ଧାର କାର୍ଯ୍ୟ ଜାରି ।
 Business Standard୧୦. ବିଭିନ୍ନ ରାଜ୍ୟରୁ ସରକାର,ଏନଜିଓ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ଲଗାତାର କେରଳରେ ସହାୟତା ରାଶି,ଖାଦ୍ୟପେୟର ସାମଗ୍ରୀ ପହଞ୍ଚାଇ ଦିଆଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/kut3blc8_kerala-flood-afp-august-2018-650_625x300_18_August_18.jpg)