ତିରୁଅନନ୍ତପୁରମ୍ : ପ୍ରଖ୍ୟାତ ସନ୍ଥ ତଥା ସମ୍ବିଧାନ ରକ୍ଷକ ସ୍ବାମୀ କେଶବାନନ୍ଦ ଭାରତୀ (୭୯)ଙ୍କର ଆଜି କେରଳର କସରାଗଡ଼ର ଏଡ଼ାନିର ମଠରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଭାରତୀୟ ସମ୍ବିଧାନର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂଜ୍ୟ କେଶବାନନ୍ଦ ଭାରତୀ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମୋଦୀ କହିଛନ୍ତି। ସମ୍ବିଧାନର ମୌଳିକ ଢାଞ୍ଚା ସମ୍ପର୍କରେ ସୁପ୍ରିମ୍ କୋର୍ଟ ୧୯୭୩ ମସିହାରେ ଦେଇଥିବା ଐତିହାସିକ ରାୟର ସେ ଆବେଦନକାରୀ ଥିଲେ। ମଠ ଜମି ମାଲିକାନା ନେଇ ସ୍ବାମୀ କେଶବାନନ୍ଦ ୧୯୭୦ ମାର୍ଚ୍ଚ ୨୧ ତାରିଖରେ କେରଳ ସରକାରଙ୍କ ବିରୋଧରେ ସୁପ୍ରିମ୍ କୋର୍ଟ ଯାଇଥିଲେ। ୧୯୭୩ ଏପ୍ରିଲ ୨୪ରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା। ଏହି ରାୟରେ କୁହାଯାଇଥିଲା, ସମ୍ବିଧାନର ମୌଳିକ ଢାଞ୍ଚାକୁ ବିକୃତ କିମ୍ବା ସଂଶୋଧନ କରାଯାଇ ପାରିବ ନାହିଁ। ସମ୍ବିଧାନର ମୌଳିକ ଢାଞ୍ଚାକୁ ସଂସଦ ବଦଳାଇ ପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଥିଲେ। ୧୩ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଥିଲେ। ସୁପ୍ରିମ କୋର୍ଟଙ୍କ ଇତିହାସରେ ଏହା ହେଉଛି ସବୁଠାରୁ ବୃହତ୍ତମ ସାମ୍ବିଧାନିକ ଖଣ୍ଡପୀଠ।
କେଶବାନନ୍ଦ ଭାରତୀଙ୍କ ପରଲୋକ
ପ୍ରଧାନମନ୍ତ୍ରୀଙ୍କ ଶୋକ, ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟ ପାଇଁ ଚର୍ଚ୍ଚିତ ହୋଇଥିଲେ
/sambad/media/post_attachments/wp-content/uploads/2020/09/Keshavananda-Bharati.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)