ନୂଆଦିଲ୍ଲୀ: ବିଜେପି ମୁଖ୍ୟ ଜେପି ନଡ୍ଡା ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ଚିଠି ଲେଖି କଂଗ୍ରେସ ଦଳର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ନିଜ ନେତାମାନଙ୍କର ଭୁଲ୍‌ ଦେଖିପାରୁନାହିଁ ଏବଂ ଅନ୍ୟ ଉପରେ ଦୋଷ ଲଦି ବିଭ୍ରାନ୍ତି ବଢ଼ାଉଛି।  ସୂଚନାଯୋଗ୍ୟ,  ବିଜେପି ନେତାମାନେ ନିକଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ବିରୋଧ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖିଥିବାରୁ ଆଜି ନଡ୍ଡା ଖଡ଼ଗେଙ୍କୁ ଚିଠି ଲେଖି  ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି।

Advertisment

ରାହୁଲଙ୍କୁ ତୀବ୍ର କଟାକ୍ଷ 
କଂଗ୍ରେସ ନେତା ମୋଦୀଙ୍କୁ ୧୧୦ରୁ ଅଧିକ ଗାଳି ଦେଇଛନ୍ତି
ଖଡ଼ଗେ ଆତ୍ମନିରୀକ୍ଷଣ କରନ୍ତୁ

ନଡ୍ଡା ଖଡ଼ଗେଙ୍କ ଚିଠିକୁ ଦର୍ଶାଇ କହିଛନ୍ତି,  କଂଗ୍ରେସ ମୁଖ୍ୟ ଚିଠିରେ ଯେଉଁ କଥା କହୁଛନ୍ତି ତାହା ବାସ୍ତବତାଠାରୁ ବହୁତ ଦୂରରେ।  ତାଙ୍କ ଚିଠିରୁ ଏହା ଜଣାପଡ଼ୁଛି ଯେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ଅନ୍ୟ ନେତାଙ୍କ ଭୁଲ୍‌କୁ ଗ୍ରହଣ କରିନେବାକୁ ବାଧ୍ୟ ହେଉଛନ୍ତି। ନଡ୍ଡା କହିଛନ୍ତି, ଆପଣ ଆପଣଙ୍କ ବିଫଳ ଉତ୍ପାଦ (ରାହୁଲ) ଯାହା ଲୋକଙ୍କ ଦ୍ବାରା ବାରମ୍ବାର ପ୍ରତ୍ୟାଖ୍ୟାନ କରାଯାଇଛି ତାହାକୁ ପୁଣି ବଜାରକୁ ଛାଡ଼ିବା ଉଦ୍ଦେଶ୍ୟ ରଖି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ମୁଁ ବୁଝିପାରୁଛି ଯେ ରାଜନୈତିକ ବା‌ଧ୍ୟବାଧ୍ୟକତା ପାଇଁ ଆପଣ ପ୍ରତିଦିନ ଆପଣଙ୍କ ଅସଫଳ ଉତ୍ପାଦକୁ ମହିମାମଣ୍ଡିତ କରୁଛନ୍ତି।  କିନ୍ତୁ ଦଳର ସଭାପତି ଭାବେ ଆପଣ ଆତ୍ମନିରୀକ୍ଷଣ କରିବା ଉଚିତ ବୋଲି ନଡ୍ଡା କହିଛନ୍ତି।    କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ  ୧୧୦ରୁ ଅଧିକ ଗାଳି ଦେଇଛନ୍ତି। ଏହି ଗାଳିର ତାଲିକା ଖଡ଼ଗେ ସ୍ମରଣକରନ୍ତୁ ଓ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାହସ ଦେଖାନ୍ତୁ ବୋଲି ନଡ୍ଡା କହିଛନ୍ତି।