ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ହେବା ପରେ କଂଗ୍ରେସ ବିଜେପି ଉପରେ ଆକ୍ରମଣକୁ ଜୋରଦାର କରିଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ଭାରତ ପାଇଁ ନ୍ୟାୟର ଦ୍ୱାର ଖୋଲିବ।
ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି ପୋଷ୍ଟ ସେୟାର କରି କଂଗ୍ରେସ ଅଧ୍ୟକ୍ଷ ଖଡଗେ କହିଛନ୍ତି ଯେ ଗଣତନ୍ତ୍ର ଓ ସମ୍ବିଧାନକୁ ଏକଛତ୍ରବାଦରୁ ରକ୍ଷା କରିବା ପାଇଁ ବୋଧହୁଏ ଏହା ଶେଷ ସୁଯୋଗ ହେବ। ଘୃଣା, ଲୁଟ୍, ବେକାରୀ, ମୁଦ୍ରାସ୍ଫୀତି ଓ ଅତ୍ୟାଚାର ବିରୋଧରେ ଆମେ ଭାରତର ଜନତା ଏକାଠି ଲଢ଼ିବୁ ବୋଲି ସେ କହିଛନ୍ତି। ଆମ ପରିସ୍ଥିତି ନିଶ୍ଚୟ ବଦଳିବ ।
ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ପୱନ ଖେରା ମଧ୍ୟ କହିଛନ୍ତି ଯେ ଦେଶରେ ନିର୍ବାଚନର ବିଗୁଲ୍ ବାଜିଛି। ନ୍ୟାୟର ଏହି ଯୁଦ୍ଧ କ୍ଷେତ୍ର ଡାକରା ଦେଇଛି ଏବଂ ଆମେ ପ୍ରସ୍ତୁତ ଅଛୁ । ଏହି ନିର୍ବାଚନ କୌଣସି ଦୃଷ୍ଟିରୁ ସାଧାରଣ ନୁହେଁ। ଦେଶ ଶ୍ରମିକ ଓ କୃଷକଙ୍କ କାନ୍ଧରେ ଚାଲିବ ନା ପୁଞ୍ଜିପତିଙ୍କ କାନ୍ଧରେ ଚାଲିବ ତାହା ଏହି ନିର୍ବାଚନ ହିଁ ସ୍ଥିର କରିବ। ବାବା ସାହେବଙ୍କ ସମ୍ବିଧାନ ନା ଏକଛତ୍ରବାଦୀ ନିର୍ବାଚନ କାହା ଉପରେ ହେବ ବୋଲି ସେ କହିଛନ୍ତି। ଏହି ନିର୍ବାଚନରେ ଅହଂକାର ଉପରେ ଆକ୍ରମଣ କରିବାକୁ ଦେଶ ପ୍ରସ୍ତୁତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/WhatsApp-Image-2024-03-16-at-20.21.43.jpeg)