ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଜ ଦଳର ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରୁ ୩୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ନେତାମାନେ ବିଜେପିର ୱାଶିଂ ମେସିନକୁ ଯାଇନାହାନ୍ତି, ସେମାନେ ଦୁର୍ନୀତିଗ୍ରସ୍ତ ହୋଇଯାଇଛନ୍ତି | କିନ୍ତୁ ଯେଉଁମାନେ ବିଜେପିର ୱାଶିଂ ମେସିନକୁ ଯାଇଛନ୍ତି ସେମାନେ ଆଜ୍ଞାକାରୀ ହୋଇଯାଇଛନ୍ତି | ସେ ଟାର୍ଗେଟ କରି କହିଛନ୍ତି ଯେ ଯିଏ ବିଜେପିକୁ ଗଲା ସେ ଆଜ୍ଞାକାରୀ, ଯିଏ ନ ଗଲା ସିଏ ଭ୍ରଷ୍ଟାଚାରୀ ଆଖ୍ୟା ପାଇଛି | ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆକ୍ରମଣର ଜବାବ ଦେଇଛନ୍ତି | ଯେଉଁଥିରେ ମୋଦୀ କହିଥିଲେ ଯେ କଂଗ୍ରେସ ଦଳ ଥିଲେ ଭାରତରେ କିଏ ‘ମନି ହାଇଷ୍ଟ୍’ କାଳ୍ପନିକ କାହାଣୀ ଲୋଡ଼ିବ।
କଂଗ୍ରେସର ଲୁଟ୍ ୭୦ ବର୍ଷ ହେଲା ସୁପ୍ରସିଦ୍ଧ ଏବଂ ଏହା ଚାଲିଛି। ଏହାକୁ ଟାର୍ଗେଟ କରି ମଲ୍ଲିକାର୍ଜୁନ ଖଡ଼ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି, 'ପ୍ରଧାନମନ୍ତ୍ରୀ ଯଦି ମନି ହାଇଷ୍ଟ୍ କଥା କହୁଛନ୍ତି, ତେବେ ଏହା ମଧ୍ୟ କହିଦିଅନ୍ତୁ ଯେ ୧୬୬୬୩ ଜଣ ଲୋକ କିପରି ଜାଣିଶୁଣି ବ୍ୟାଙ୍କମାନଙ୍କ ପାଖରୁ ଋଣ ନେଇଥିଲେ ଓ ଏହାର ପରିଶୋଧ କରିନଥିଲେ | ଏହି ଲୋକମାନେ କିଭଳି ବ୍ୟାଙ୍କଗୁଡିକୁ ୩.୩୫ ଲକ୍ଷ କୋଟି ଟଙ୍କା ଠକିଥିଲେ | ସେ ପ୍ରଶ୍ନ ପଚାରିଛନ୍ତି ଯେ କେଉଁ କାରଣରୁ ୨୦୧୪-୧୫ ପରଠାରୁ ବ୍ୟାଙ୍କଗୁଡିକ ୧୦.୪୨ ଲକ୍ଷ କୋଟି ଟଙ୍କାର କର୍ପୋରେଟ ଋଣ ବାବଦରେ କହିଥିଲେ ବି କାହିଁକି ମାତ୍ର ୧.୬୧ ଲକ୍ଷ କୋଟି ଟଙ୍କା ଋଣ ଆଦତ ହୋଇପାରିଛି | ଖଡ଼ଗେ ଦାବି କରିଛନ୍ତି ଯେ ଯିଏ ବିଜେପିର ୱାଶିଂ ମେସିନକୁ ଯାଇ ନାହାନ୍ତି ସେମାନେ ଦୁର୍ନୀତିଗ୍ରସ୍ତ, ଏଥିକୁ ଯାଇଥିବା ବ୍ୟକ୍ତି ଦୁର୍ନୀତିମୁକ୍ତର ଆଖ୍ୟା ପାଇଛନ୍ତି |