ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତରେ ଅନେକ ବିକାଶମୂଳକ କାମ ଉପରେ ଆଲୋଚନା ହୋଇଛି । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଯୋର ଧରିଛି । ଏହାରି ଭିତରେ ଟ୍ରମ୍ପଙ୍କ ଏକ ବୟାନ୍ ଖଲିସ୍ତାନୀଙ୍କ ଚିନ୍ତାକୁ ବଢାଇଦେଇଛି । ଏଣିକି ଖଲିସ୍ତାନୀଙ୍କ ଉପରେ ପଡିବ ଟ୍ରମ୍ପଙ୍କ ଛାଟ । ସବୁଠୁ ବଡ କଥା ହେଉଛି ଭାରତକୁ ବିଭିନ୍ନ ସମୟରେ ଫମ୍ପା ଧମକ ଦେଇଆସୁଥିବା ପନ୍ନୁର ସମସ୍ୟା ବଢିପାରେ ।
ଖଲିସ୍ତାନୀ ଆତଙ୍କବାଦୀଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, "ମୁଁ ଭାବୁନାହିଁ ଯେ ଭାରତର ବାଇଡେନ ପ୍ରଶାସନ ସହିତ ବହୁତ ଭଲ ସମ୍ପର୍କ ନଥିଲା । ଭାରତ ଏବଂ ବାଇଡେନ ପ୍ରଶାସନ ମଧ୍ୟରେ ଅନେକ ଘଟଣା ଘଟିଥିଲା, ଯାହା ଭଲ ନଥିଲା । ଆମେ ଜଣେ ଅତ୍ୟନ୍ତ ହିଂସାତ୍ମକ ବ୍ୟକ୍ତି (ତାହଭଭୁର ରାଣା)ଙ୍କୁ ଦଣ୍ଡ ଦେଉଛୁ । ମୁଁ ଜାଣିନାହିଁ ଯେ ତାଙ୍କୁ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ କରାଯାଇଛି କି ନାହିଁ, କିନ୍ତୁ ସେ ଜଣେ ଅତ୍ୟନ୍ତ ହିଂସାତ୍ମକ ବ୍ୟକ୍ତି । ଆମେ ତାଙ୍କୁ ତୁରନ୍ତ ଭାରତ ଫେରାଇ ଦେଉଛୁ ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ତାଙ୍କ ପ୍ରଶାସନ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ତହୱୁର ରାଣାର ପ୍ରତ୍ୟାର୍ପଣକୁ ଅନୁମୋଦନ କରିଛି । ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ ରାଣା ବର୍ତ୍ତମାନ ଲସ୍ ଆଞ୍ଜେଲସର ଏକ ମେଟ୍ରୋପଲିଟାନ ଡିଟେନସନ୍ ସେଣ୍ଟରରେ ବନ୍ଦି ଅଛି ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି କି, "ଆଜି ମୁଁ ଘୋଷଣା କରି ଖୁସି ହେଉଛି ଯେ ମୋର ପ୍ରଶାସନ ବିଶ୍ୱର ସବୁଠାରୁ ଖରାପ ମଣିଷମାନଙ୍କ ମଧ୍ୟରୁ ଜଣେ ଏବଂ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଜଣେ ଅପରାଧୀକୁ ଭାରତ ପ୍ରତ୍ୟାର୍ପଣକୁ ଅନୁମୋଦନ କରିଛି ।"
ଭାରତ ଗୁରୁପତୱନ୍ତ ସିଂହ ପନ୍ନୁକୁ ଆତଙ୍କବାଦୀ ଘୋଷଣା କରିଛି । ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି । ପନ୍ନୁର କାର୍ଯ୍ୟକଳାପ ଭାରତ ଏବଂ ଆମେରିକା ଉଭୟ ପାଇଁ ବିପଦ ପାଲଟିଛି । ପନ୍ନୁଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପରେ ବିଦେଶୀ ସଂଗଠନଗୁଡ଼ିକର ଭୂମିକା ମଧ୍ୟ ସାମ୍ନାକୁ ଆସିଥିଲା ।