ଧରମଶାଳା : ହିମାଚଳ ପ୍ରଦେଶର ଧରମଶାଳାସ୍ଥିତ ବିଧାନସଭା ଫାଟକରେ ଓ ପାଚେରିରେ ଖଲିସ୍ଥାନୀ ପତାକା ବନ୍ଧା ହୋଇଥିବା ରବିବାର ସକାଳେ ଦେଖିବାକୁ ମିଳିବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହା ଉପରେ ଘୋର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଏହାକୁ ଭୀରୁତାପୂର୍ଣ୍ଣ କାର୍ଯ୍ୟ ବୋଲି କହିବା ସହ ପୁଲିସକୁ ଏହାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଠାକୁର ହିନ୍ଦୀରେ ଟ୍ବିଟ୍ କରି ଲେଖିଛନ୍ତି- ଧର୍ମଶାଳା ବିଧାନସଭା ପରିସରସ୍ଥ ଗେଟ୍ରେ ରାତିର ଅନ୍ଧାରରେ ଖଲିସ୍ଥାନୀ ପତାକା ଲଗେଇବା ପରି ଭୀରୁତାପୂର୍ଣ୍ଣ କାର୍ଯ୍ୟର ମୁଁ ଘୋର ନିନ୍ଦା କରୁଛି। ଏହି ବିଧାନସଭାରେ କେବଳ ଶୀତକାଳୀନ ଅଧିବେଶନ ହୋଇଥାଏ। ସେଥିପାଇଁ କେବଳ ସେହି ସମୟରେ ଏଠାରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ଏହାର ସୁଯୋଗ ନେଇ କେହି ଭୀରୁ ଏପରି କାର୍ଯ୍ୟ କରିଛି। କିନ୍ତୁ ଏହାକୁ କଦାପି ସହ୍ୟ କରାଯିବ ନାହିଁ। ଏହାର ତଦନ୍ତ କରି ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ଏସ୍ପି କାଙ୍ଗ୍ରା ଖୁଶଲ ଶର୍ମା କହିଛନ୍ତି ଯେ, ରାତ୍ରିର ଅନ୍ଧକାରରେ ପଞ୍ଜାବରୁ ଆସିଥିବା କେହି ଖଲିସ୍ଥାନୀ ସମର୍ଥକ ପର୍ଯ୍ୟଟକ ଏପରି କାମ କରିଥିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Himachal-Assembly-Khalistan-Flag-1651992650.jpg)