ଅମୃତସର: ଫେରାର ହୋଇଯାଇଥିବା ଖଲିସ୍ତାନୀ ନେତା ଅମୃତପାଲ୍ ସିଂହଙ୍କୁ ପଳାତକ ଘୋଷଣା କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ଗତ ସନ୍ଧ୍ୟାରେ ସେ ଜଳନ୍ଧରରେ ଗୋଟାଏ ମୋଟୋର୍ସାଇକେଲ୍ରେ ଦ୍ରୁତ ବେଗରେ ପଳାଇଯାଉଥିବା ଦେଖାଯାଇଥିଲା। ତାଙ୍କୁ ଧରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି।
ସେପଟେ, କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନେ ମଧ୍ୟ କହିଛନ୍ତି, ‘ୱାରିସ୍ ପଞ୍ଜାବ ଦେ’ ସଙ୍ଗଠନର ନେତା ଅମୃତପାଲ୍ ସିଂହ ଜଣେ ‘ଆଇଏସ୍ଆଇ’ ଏଜେଣ୍ଟ୍। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଆନ୍ଦୋଳନରେ ହିଂସାକାଣ୍ଡ ଭିଆଇବା ପାଇଁ ପାକ୍ତିସ୍ତାନୀ ଗୁପ୍ତଚର ଏଜେନ୍ସି ତାଙ୍କୁ ଭାରତକୁ ଆଣିଛି।
ଶନିବାର ସୁଦ୍ଧା ପୁଲିସ ‘ୱାରିସ୍ ପଞ୍ଜାବ ଦେ’ ସଙ୍ଗଠନର ୭୮ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ଜେରା କରିବା ଲାଗି ଆଉ କିଛି ସଦସ୍ୟଙ୍କୁ ଅଟକ ରଖିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
Image Courtesy of NDTVଅମୃତପାଲ୍ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବା ସହିତ ହାଇଆଲର୍ଟ ଜାରି କରାଯାଇଛି। ପୁଲିସ ସେମାନଙ୍କ ପିଛା କରୁଛି ବୋଲି ଅମୃତପାଲ୍ଙ୍କ ସହଯୋଗୀମାନେ ସାମାଜିକ ଗଣମାଧ୍ୟମରେ କେତେକ ଭିଡିଓ ସେୟାର୍ କରିବାରୁ ସେ ଅଞ୍ଚଳରେ ଇଣ୍ଟର୍ନେଟ୍ ଏବଂ ‘ଏସ୍ଏମ୍ଏସ୍’ ସେବା ବାତିଲ କରାଯାଇଛି।
ଅମୃତସର ଅନ୍ତର୍ଗତ ଅମୃତପାଲ୍ଙ୍କ ଗାଁ ଜାଲ୍ଲୁପୁର ଖୈରାସ୍ଥିତ ବାସଭବନ ବାହାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସରକାରୀ ଅଧିକାରୀମାନେ କହୁଛନ୍ତି ଯେ, ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ‘ଆଇଏସ୍ଆଇ’ ଏବଂ ବିଦେଶରେ ଥିବା ଆତଙ୍କବାଦୀମସାନଙ୍କ ସହିତ ଅମୃତପାଲ୍ ସିଂହ ନିବିଡ଼ ସମ୍ପର୍କ ବଜାୟ ରଖିଛି।
ସଦାସର୍ବଦା ଶସ୍ତ୍ରଧାରୀ ସମର୍ଥକଙ୍କ ମେଳରେ ଯାତାୟାତ କରୁଥିବା ଏହି ଶିଖ୍ ପ୍ରବାଚକ (ଅମୃତପାଲ୍ ସିଂହ) ଭାରତରୁ ବିଚ୍ଛିନ୍ନ ହୋଇ ଖଲିସ୍ତାନ ଗଠନ କରିବା ପାଇଁ ପ୍ରକାଶ୍ୟରେ ବିବୃତି ଦେଇ ଆସୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/d089daa0-3954-4026-872a-f2a007b6a5fa.jpg)