ଲୁଧିଆନା: ପଞ୍ଜାବର ବାତାବରଣକୁ ଖରାପ କରିବା ପାଇଁ ଖଲିସ୍ତାନୀ ଓ ଗ୍ୟାଙ୍ଗଷ୍ଟରଙ୍କ ମିଳିତ ମେଣ୍ଟ ହିନ୍ଦୁ ନେତାଙ୍କ ଉପରେ ଆକ୍ରମଣ କରିପାରେ ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ସତର୍କ ହୋଇଉଠିଛି ପଞ୍ଜାବ ପୁଲିସ । ବିଶେଷକରି ଲୁଧିଆନା ଜିଲ୍ଲା ପୁଲିସ ହିନ୍ଦୁ ନେତାଙ୍କ ସୁରକ୍ଷା ବଢ଼ାଇଛି।

Advertisment

ଏହା ସହିତ ପଞ୍ଜାବ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନେକ ସ୍ଥାନରେ ଚେକିଂ ଅଭିଯାନ ଆରମ୍ଭ କରିଛି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ପୁଲିସ ହମ୍ବ୍ରା ରୋଡ୍ ସ୍ଥିତ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ଘଂଟାଘର, ହୋଟେଲ ଓ ଗେଷ୍ଟ ହାଉସ୍ ଯାଞ୍ଚ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ ଲୁଧିଆନାରେ କିଛି ଯୁବକ ହିନ୍ଦୁ ନେତାଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପଚରାଉଚରା ପାଇଁ ପୋଲିସ କିଛି ସନ୍ଦିଗ୍ଧ ଯୁବକଙ୍କୁ ମୋଗାରୁ ଅଟକ ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଧିକାରୀ ଏହା ସ୍ପଷ୍ଟ କରିନାହାଁନ୍ତି । ଗତକାଲି ସନ୍ଧ୍ୟାରେ ସୁନ୍ଦର ନଗରରେ ହିନ୍ଦୁ ନେତା ରୋହିତ ସାହାନୀଙ୍କ ଦ୍ୱାରା ଏକ ଧାର୍ମିକ ସମାରୋହର ଆୟୋଜନ କରାଯାଇଥିଲା। ଏହି ସମୟରେ ପୁଲିସ ତାଙ୍କୁ ସେଠାରୁ ସୁରକ୍ଷା ଦେବା ସହ ଗୃହବନ୍ଦୀ କରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସମୟରେ ସାହାନୀଙ୍କ ମୋବାଇଲ ମଧ୍ୟ ପୁଲିସ ହାତରେ ରହିଛି।