ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ନ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନର ସହଯୋଗୀ ‘ଶିଖ୍ସ ଫର୍ ଜଷ୍ଟିସ୍’ (ଏସ୍ଏଫ୍ଜେ) ଧମକ ଦେଇଛି। ଏନେଇ ଧମକପୂର୍ଣ୍ଣ ଇମେଲ୍ ମୁମ୍ବାଇ ଓ ଦିଲ୍ଲୀର ଏକାଧିକ ବିଦ୍ୟାଳୟକୁ ପଠାଇଛି। ବିଦ୍ୟାଳୟଗୁଡ଼ିକୁ ମିଳିଥିବା ଇମେଲ୍ରେ ଏସ୍ଏଫ୍ଜେ ଲେଖିଛି, ପରିଚୟକୁ ନଷ୍ଟ କରୁଥିବା ଓ ଯୋଜନାବଦ୍ଧ ଉତ୍ପୀଡ଼ନକୁ ପ୍ରୋତ୍ସାହନ ଦେଉଥିବା ସମ୍ବିଧାନ ବିରୋଧରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତ୍ରିରଙ୍ଗା ଉତ୍ତୋଳନ କରିବାରୁ ରୋକିବା ନିମନ୍ତେ ଏଭଳି ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରାଯାଉଛି।
ଏଣୁ ପରିବାରଗୁଡ଼ିକୁ ସୂଚିତ କରାଯାଉଛି ଯେ ସେମାନଙ୍କ ସନ୍ତାନମାନଙ୍କୁ ଜାନୁଆରି ୨୬ରେ ନିଜ ଘରେ ରଖନ୍ତୁ। ସାଧାରଣତନ୍ତ୍ର ଦିବସ ପାଳନରେ ଯୋଗ ଦେବା ଅର୍ଥ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ବିପନ୍ନ କରିବା । ରାଷ୍ଟ୍ର ପ୍ରାୟୋଜିତ ଉତ୍ସବରେ ପ୍ରତୀକାତ୍ମକ ଭାବେ ଭାଗନେବା ଅପେକ୍ଷା ନିଜର ସନ୍ତାନଙ୍କ ମଙ୍ଗଳକୁ ପ୍ରାଥମିକତା ଦେବା ତୁମମାନଙ୍କ କର୍ତ୍ତବ୍ୟ। ଏନେଇ ଦିଲ୍ଲୀ ପୁଲିସର ମୁଖପାତ୍ର କହିଛନ୍ତି, ଧମକପୂର୍ଣ୍ଣ ଇମେଲ୍ଗୁଡ଼ିକର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/24/roHjoTLGOzYtaIRhc5zp.jpg)