ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀ ସଂଗଠନ ଶିଖ୍ସ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ)ର ପ୍ରତିଷ୍ଠାତା ଗୁରପତସିଂହ ପାନ୍ନୁନର ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ବୋଲି ସୋସିଆଲ ମିଡ଼ିଆରେ ଗୁଜବ ଖେଳୁଥିବା ଦେଖିବାକୁ ମିଳୁଛି। ୪୫ ଦିନ ଭିତରେ ତିନି ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର, ପରମଜିତ ସିଂହ ପଞ୍ଜୱାର ଓ ଅବତାର ସିଂହ ଖଣ୍ଡାକୁ ବିଦେଶରେ ହତ୍ୟା କରାଯାଇଥିବା ବେଳେ ପାନ୍ନୁନ ବିଷୟରେ ଏପରି ଗୁଜବ ପ୍ରକାଶ ପାଇଛି। ତେବେ ତା’ର ମୃତ୍ୟୁ ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp