ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ନେଟ୍‌ୱର୍କର ସ୍ଲିପର୍ ସେଲ୍ ରାଜଧାନୀ-ଏନ୍‌ସିଆର୍ ଅଞ୍ଚଳରେ ସକ୍ରିୟ ଅଛନ୍ତି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଚେତାବନୀ ଦେଇଛନ୍ତି। ପଶ୍ଚିମ ଦିଲ୍ଲୀର ଅନେକ ସ୍ଥାନରେ କାନ୍ଥଲେଖା ସହ ଖଲିସ୍ତାନ-ସପକ୍ଷବାଦୀ ପୋଷ୍ଟର ମରାଯିବା ପରେ ଗୁଇନ୍ଦା ବିଭାଗର ଚେତାବନୀ ପୁଲିସ ବିଭାଗର ନିଦ ହଜାଇ ଦେଇଛି।

Advertisment

ଜାନୁଆରି ୧୨ ତାରିଖରେ ଦିଲ୍ଲୀରେ ଖଲିସ୍ତାନ-ସପକ୍ଷବାଦୀ ପୋଷ୍ଟର ମାରିବା ଅଭିଯୋଗରେ ପୁଲିସ ଦୁଇଜଣ ଲୋକଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଦ୍ବୟ ପୁଲିସକୁ କହିଛନ୍ତି ଯେ, ଦିଲ୍ଲୀରେ ଦେଶ-ବିରୋଧୀ କାର୍ଯ୍ୟ ଚଳାଇବା ପାଇଁ ସେମାନଙ୍କୁ ଟଙ୍କା ଦିଆଯାଉଥିଲା। ଏହା ଉପରେ ଅଧିକ ଅନୁସନ୍ଧାନ ଜାରି ରହିଛି। ଏହାପରେ ପୁଲିସ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି ଏବଂ ସିସିଟିଭି ଫୁଟେଜ୍‌ଗୁଡ଼ିକୁ ଯାଞ୍ଚ କରାଯାଇଛି। ଖଲିସ୍ତାନୀ ଆତଙ୍କବାଦୀମାନେ ଦିଲ୍ଲୀରେ ଆକ୍ରମଣ କରିବାକୁ ମସୁଧା କରୁଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ପୁଲିସ ଅଧିକ ସକ୍ରିୟ ହୋଇପଡ଼ିଛି।