ନୂଆଦିଲ୍ଲୀ: ଭାରତ ବିରୋଧୀ ଅପରାଧିକ ଯୋଜନା କାର୍ଯ୍ୟକାରୀ କରିବାକୁ ଦେଶ ବାହାରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆଡ୍ଡା କରିଛନ୍ତି ବୋଲି ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଦାବି କରିଛି।

Advertisment

ଏନ୍‌ଆଇଏ ସୂତ୍ର ଅନୁସାରେ, ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌ ଠାରେ ଖଲିସ୍ତାନୀ ଆତଙ୍କବାଦୀମାନେ ଗୋଟାଏ ନୂଆ ଆଡ୍ଡା ସ୍ଥାପନ କରି ନିଜକୁ ପୁନସଂଗଠନ କରୁଛନ୍ତି।

ଶିଖ୍‌ ଆାତଙ୍କ ସଂଗଠନ ପଞ୍ଜାବରେ ଆତଙ୍କବାଦ ଜାଗରୁକ କରିବାକୁ ଚାହୁଁଛି ବୋଲି ଏନ୍‌ଆଇଏ କହିଛି।

ୟୁଏଇର ଏକ ଜଣାଶୁଣା ସୁଟିଙ୍ଗ୍‌ କ୍ଲବ୍‌ରେ ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଯାଉଛି।

ଖଲିସ୍ତାନ ଲିବେରେସନ୍‌ ଫୋର୍ସ ସହ ସମ୍ପୃକ୍ତ କେତେକ ଆତଙ୍କବାଦୀ ନିକଟ ଅତୀତରେ ପଞ୍ଜାବ ପୁଲିସ ହାତରେ ଧରା ପଡ଼ିଥିଲେ। ସେମାନଙ୍କୁ ପଚରା ଉଚୁରା କରିବାରୁ ୟୁଏଇର ସୁଟିଙ୍ଗ୍‌ କ୍ଲବ୍‌ ସହ ସେମାନଙ୍କର ସମ୍ପୃକ୍ତି ଥିବା କଥା କହିଛନ୍ତି।

ଅନ୍ୟ ଧର୍ମର କେତେକ ପ୍ରଭାବଶାଳୀ ନେତାଙ୍କୁ ବିଲୋପ କରି ରାଜ୍ୟ ସାରା ସମ୍ପ୍ରଦାୟିକ ଉତ୍ତେଜନା ବିସ୍ତାର କରିବାକୁ ପଞ୍ଜାବର କେତେକ କୁଖ୍ୟାତ ଅପରାଧୀଙ୍କୁ ଅର୍ଥ ଦିଆଯାଇଛି।