ନୂଆଦିଲ୍ଲୀ: ବିଗତ ପ୍ରାୟ ଦୁଇ ବର୍ଷ ଧରି ଭାରତରେ ଅଶାନ୍ତି ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କ ମୃତ୍ୟୁ ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏବେ ଏହି ଘଟଣାରେ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ଗଜିନ୍ଦର ସିଂର ନାମ ମଧ୍ୟ ଯୋଡ଼ି ହୋଇଛି। କୁହାଯାଉଛି ଯେ ଗଜିନ୍ଦରଙ୍କ ପାକିସ୍ତାନରେ ହୃଦଘାତରେ ମୃତ୍ୟୁ ଘଟିଛି। ତେବେ ଏହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଗଜିନ୍ଦର ଆତଙ୍କବାଦୀ ସଂଗଠନ ଦଳ ଖାଲସାର ସହ ପ୍ରତିଷ୍ଠାତା ଥିଲା। ୨୦୦୨ରେ ଭାରତ ସରକାର ତାକୁ ୨୦ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ସାମିଲ କରିଥିଲେ।

Advertisment

୧୯୮୧ରେ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଆଇସି-୪୨୩ କୁ ଅପହରଣ କରିବାର ମାଷ୍ଟରମାଇଣ୍ଡ ଥିଲା ଖଲିସ୍ତାନୀ ଆତଙ୍କବାଦୀ ଗଜିନ୍ଦର ସିଂହ। ବିମାନଟି ଶ୍ରୀନଗରରୁ ଦିଲ୍ଲୀ ଆସୁଥିଲା। ବିମାନରେ ୧୧୧ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବର ଥିଲେ। ବିମାନ ଅପହରଣ କରିଥିବା ୫ ଜଣଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲା। ଆତଙ୍କବାଦୀମାନେ ଏହି ବିମାନକୁ ଅପହରଣ କରି ଲାହୋର ନେଇଯାଇଥିଲେ। ଯାତ୍ରୀଙ୍କୁ ମୁକ୍ତ କରିବା ବଦଳରେ ଜରନେଲ ସିଂ ଭିଣ୍ଡରାନୱାଲାଙ୍କ ସମେତ ଅନ୍ୟ କେତେକ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ଭାରତ ସରକାରଙ୍କ ନିକଟରେ ଦାବି ହୋଇଥିଲା।