ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତୀୟ ସେନାର ଅପରେସନ ସିନ୍ଦୂରର ଶକ୍ତି ଚର୍ଚ୍ଚାରେ ରହିଛି। ଚାରିଆଡେ ସିନ୍ଦୂରର ସଫଳତାକୁ ପ୍ରଶଂସା କରାଯାଉଛି।
ଏହି କ୍ରମରେ ପାଟନାର ଲୋକପ୍ରିୟ ଶିକ୍ଷକ ଖାନ ସାର ଅପରେସନ ସିନ୍ଦୂରକୁ ନେଇ ଦେଇଥିବା ଏକ ମନ୍ତବ୍ୟ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହୋଇଥିବା ଭିଡିଓରେ ଖାନ ସାର କହିଛନ୍ତି, ‘ ଆମେ ପାକିସ୍ତାନଠାରୁ ଉନ୍ନତି ଆଶା କରୁଛୁ, କିନ୍ତୁ ଏହା ସମ୍ଭବ ନୁହେଁ। ଆମର ଏକ ଭୁଲ ଧାରଣା ଅଛି ଯେ ଆମେ ପାକିସ୍ତାନରୁ ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀଙ୍କୁ ନିପାତ କରିବୁ। ପାକିସ୍ତାନରେ ଯଦି ଜଣେ ବି ପାକିସ୍ତାନୀ ଜୀବିତ ରହିବ, ମୋ ମତରେ ସେ ବି ହେଉଛି ଆତଙ୍କବାଦୀ।
ଆମେ କହୁଛେ ଅପରେସନ ସିନ୍ଦୂରର ଆକ୍ରମଣରେ ୧୦୦ରୁ କି ତା’ ଠାରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ମୋ ମତରେ ଏଥିରେ କିଛି ହେବ ନାହିଁ। କାରଣ ପାକିସ୍ତାନରେ ୨୪କୋଟି ଆତଙ୍କବାଦୀ ଅଛନ୍ତି। ପାକିସ୍ତାନରେ ମଧ୍ୟ କିଛି ଭଲଲୋକ ରହୁଛନ୍ତି ଏହି ଭୁଲ ଧାରଣାରୁ ନିଜକୁ ମୁକ୍ତ କରନ୍ତୁ। କାରଣ ପାକିସ୍ତାନ ଏପରି ଏକ ଦେଶ ଯାହା ଉପରେ କଦାପି ବିଶ୍ବାସ କରାଯାଇ ପାରିବ ନାହିଁ।
Follow Us