ଖଣ୍ଡପୀଠରୁ ଓହରିଲେ ବିଚାରପତି

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ପୁଅ କାର୍ତ୍ତିଙ୍କୁ ଦିଲ୍ଲୀ ପଟିଆଲା ହାଉସ ସ୍ୱତନ୍ତ୍ର କୋର୍ଟ ୨୪ ତାରିଖ ଯାଏ ତିହାର ଜେଲ ପଠାଇଥିବା ବେଳେ ଏବେ ଏହି ମାମଲା ନୂଆ ମୋଡ଼ ନେଇଛି। ଏହାର ବିଚାର କରୁଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଇନ୍ଦ୍ରମିତ୍‌ କୌର ଖଣ୍ଡପୀଠରୁ ଓହରିଯାଇଥିବା ବେଳେ ତାଙ୍କ ସ୍ଥାନରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ବିଚାର କରିବେ ବୋଲି କହିଛନ୍ତି। କାର୍ତ୍ତିଙ୍କ ଜାମିନ୍‌ ଆବେଦନ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଜଷ୍ଟିସ୍‌ କୌର କହିଛନ୍ତି ଯେ, ଏହି ମାମଲାକୁ ସେ ଜଷ୍ଟିସ୍‌ ମିତ୍ତଲଙ୍କୁ ହସ୍ତାନ୍ତର କରିବେ ଓ ମାମଲାର ଶୁଣାଣି ଅନ୍ୟ ଏକ ଖଣ୍ଡପୀଠରେ କରାଯିବ। ତେବେ କେଉଁ ପରିପ୍ରେକ୍ଷୀରେ ଜଷ୍ଟିସ୍‌ କୌର ଖଣ୍ଡପୀଠରୁ ଓହରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର