ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ହେବାକୁ ନିର୍ବାଚନରେ ​​ବର୍ତ୍ତମାନ ମୁହାଁ ମୁହିଁ ହୋଇଛନ୍ତି ଦଳର ସାଂସଦ ଶଶି ଥରୁର ଏବଂ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନାମାଙ୍କନ ପ୍ରତ୍ୟାହାରର ତାରିଖ ଅକ୍ଟୋବର ୮ରେ ଥିବା ବେଳେ ଏହା ପରେ ପରିସ୍ଥିତି ଅଧିକ ସ୍ପଷ୍ଟ ହୋଇଯିବ। ତେବେ ତାଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଚାହୁଁନଥିବାରୁ ସେ ନିର୍ବାଚନରୁ ଓହରିବେ ନାହିଁ ବୋଲି ଥରୁର ସ୍ପଷ୍ଟ କରିଛନ୍ତି। ଏହା ସହ ଖଡଗେଙ୍କ ପରି ନେତାମାନେ କଂଗ୍ରେସରେ ପରିବର୍ତ୍ତନ ଆଣି ପାରିବେ ନାହିଁ ବୋଲି କହି ଥରୁର ସିଧାସଳଖ ଖଡଗେଙ୍କୁ ଟାର୍ଗେଟ କରିଛନ୍ତି।

Advertisment

शशि थरूर aajtak

ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶଶି ଥରୁର କହିଛନ୍ତି ଯେ ଆମେ ଶତ୍ରୁ ନୁହଁ, ଏହା ଯୁଦ୍ଧ ନୁହେଁ। ଏହା ହେଉଛି ଆମ ଦଳର ଭବିଷ୍ୟତ ପାଇଁ ନିର୍ବାଚନ। କଂଗ୍ରେସ ଦଳର ବରିଷ୍ଠ ନେତାଙ୍କ ମଧ୍ୟରୁ ଖଡଗେଜୀ ହେଉଛନ୍ତି ଜଣେ। ହେଲେ ତାଙ୍କ ପରି ନେତାମାନେ ପରିବର୍ତ୍ତନ ଆଣିପାରିବେ ନାହିଁ ଏବଂ ସେ ନିର୍ବାଚିତ ହେଲେ କଂଗ୍ରେସ ବିଦ୍ୟମାନ ଅବସ୍ଥା ଆଗକୁ ଜାରି ରହିବ। ହେଲେ ମୁଁ ନିର୍ବାଚିତ ହେଲେ ଦଳୀୟ କର୍ମୀଙ୍କ ଆଶା ଅନୁଯାୟୀ ପରିବର୍ତ୍ତନ ଆଣିବି।

ସେ ଆହୁରି କହିଥିଲେ ଯେ, ଆମେ ବଡ ନେତାମାନଙ୍କୁ ସମ୍ମାନ ଦେଉଛୁ, କିନ୍ତୁ ଏବେ ଯୁବପିଢ଼ିଙ୍କ କଥା ଶୁଣିବାର ସମୟ ଆସିଛି। ଦଳର ସାଂଗଠନିକ ଗଠନକୁ ପରିବର୍ତ୍ତନ କରିବା ପାଇଁ ଆମେ କାର୍ଯ୍ୟ କରିବୁ ଏବଂ ଦଳୀୟ କର୍ମୀଙ୍କୁ ଏହି ଗୁରୁତ୍ୱ ଦିଆଯିବା ଉଚିତ୍।