ଥରୁର, ଖଡଗେଙ୍କ ପରି ଲୋକ ଅନ୍ୟ କାହାଦ୍ବାରା ନିୟନ୍ତ୍ରିତ ହେବେନାହିଁ : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ଉପରେ ନିଜର ବୟାନ ରଖିଛନ୍ତି ରାହୁଲ ଗାନ୍ଧି । ସେ ଶନିବାର କହିଛନ୍ତି ଯେ ଦଳର ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର, ହେଉଛନ୍ତି ଉଚ୍ଚ ଆଦର୍ଶ ରଖିଥିବା ଲୋକ । ସେମାନଙ୍କର ନିଜସ୍ବ ଗାରିମା ଓ ବ୍ୟକ୍ତିତ୍ବ ରହିଛି, ସେମାନଙ୍କୁ ବାହାରୁ ନିୟନ୍ତ୍ରଣ କରିହେବ ନାହିଁ । ଏପରି ଆରୋପ ସେମାନଙ୍କ ବ୍ୟକ୍ତିତ୍ବ ପ୍ରତି ଅବମାନନା ସୃଷ୍ଟି କରୁଛି ।

ଭାରତ ଯୋଡା ଯାତ୍ରା କରୁଥିବା ରାହୁଲ କର୍ଣ୍ଣାଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ପରବର୍ତ୍ତୀ କଂଗ୍ରେସ ସଭାପତି ସ୍ବାଧୀନଭାବେ କାମ କରିବେ ।

ସେ କହିଥିଲେ ଯେ, ଭାରତ ଯୋଡୋ ଯାତ୍ରାର ଉଦ୍ଦେଶ୍ୟ ହେଉଛି ଭାରତୀୟଙ୍କୁ ଏକାଠି କରିବା, ଏହାର ଉଦେଶ୍ୟ ୨୦୨୪ ନିର୍ବାଚନ ନୁହେଁ । କିନ୍ତୁ ଏହି ଯାତ୍ରା ସଂପର୍କରେ ଆରଏସଏସ ଓ ବିଜେପି ପକ୍ଷରୁ ଘୃଣା ଓ ଗୁଜବର ପ୍ରସାର କରାଯାଉଛି । ଦେଶର ସ୍ବାଧୀନତା ସଂଗ୍ରାମରେ ଆରଏସଏସର କୌଣସି ଭୂମିକା ନଥିଲା, ବରଂ ଏହି ସଂଗଠନ ବ୍ରିଟିଶ ସରକାରଙ୍କୁ ସମର୍ଥନ କରୁଥିଲା । ସଭରକର ବ୍ରିଟିଶ ସରକାରଙ୍କଠାରୁ ପେନସନ ପାଉଥିଲେ ।

ଆସନ୍ତା ଅକ୍ଟୋବର ୧୭ ରେ କଂଗ୍ରେସ ସଭାପତି ପଦ ପାଇଁ ଭୋଟ ଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର