ଚାଷୀଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା, ବଢିଲା ଖରିଫ ଫସଲର ଏମଏସପି

ନୂଆଦିଲ୍ଲୀ : ଦେଶର ଲକ୍ଷ ଲକ୍ଷ ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି । ବର୍ଷ ୨୦୨୧-୨୨ ପାଇଁ ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଆଜି ମଂଜୁର କରିଛି ବୋଲି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ସୂଚନା ଦେଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ନିଆଯ଼ାଇଛି । ଚାଷୀମାନଙ୍କୁ ନିଜ ଫସଲର ଉତ୍ପାଦନ ଖର୍ଚ୍ଚର ସର୍ବାଧିକ ଦେଢଗୁଣ ମୂଲ୍ୟ ପ୍ରଦାନ କରାଯ଼ିବ ବୋଲି ଗତ ଫେବ୍ରୁଆରି ମାସରେ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା ।
ରାଶିର ଏମଏସପି ସର୍ବାଧିକ ୪୫୨ ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ ପିଛା ୭୩୦୭ ଟଙ୍କାରେ ପହଞ୍ଚିଛି । ସେହିପରି ଧାନ(ସାଧାରଣ)ର ଏମଏସପି ୭୦ ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କାରେ ପହଞ୍ଚିଛି । ହରଡ଼ର ଏମଏସପି ୩୦୦ ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ ପିଛା ୬୩୦୦ ଟଙ୍କାରେ ପହଞ୍ଚିଛି । ମୁଗର ଏମଏସପି ୭୯ ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ ପିଛା ୭୨୭୫ ଟଙ୍କାରେ ପହଞ୍ଚିଛି । ଚିନାବାଦାମର ଏମଏସପି ୨୭୫ ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ ପିଛା ୫୫୫୦ ଟଙ୍କାରେ ପହଞ୍ଚିଛି ।
କ୍ୟାବିନେଟର ଆଉ ଏକ ନିଷ୍ପତ୍ତି କ୍ରମେ ଭାରତୀୟ ରେଳକୁ ୭୦୦ ମେଗାହଜ୍ ବ୍ୟାଣ୍ଡରେ ୫ ମେଗାହଜ୍ ସ୍ପେକ୍ଟ୍ରମ ପ୍ରଦାନ କରାଯ଼ିବ । ଏହା ଦ୍ବାରା ରେଳବାଇର ଯ଼ୋଗାଯ଼ୋଗ ବ୍ୟବସ୍ଥାକୁ ଆହୁରି ଉନ୍ନତ କରାଯ଼ାଇପାରିବ ।

ସମ୍ବନ୍ଧିତ ଖବର