ରିୟାଦ: ସାଉଦି ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟା ମାମଲାରେ ସାଉଦି ଆରବ କୋର୍ଟ ୫ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣଙ୍କୁ ସମୁଦାୟ ୨୪ ବର୍ଷ ଜେଲ୍ଦଣ୍ଡ ହୋଇଛି। ସାଉଦି ସାମ୍ବାଦିକ ଖସୋଗି ଆମେରିକାରେ ରହନ୍ତି ଏବଂ ସେ ସାଉଦି କ୍ରାଉନ ପ୍ରିନ୍ସ ସଲମାନ୍ଙ୍କର ଜଣେ ଦୃଢ଼ ସମାଲୋଚକ ଥିଲେ। ଇସ୍ତାନବୁଲ ସ୍ଥିତ ସାଉଦି ଦୂତାବାସରେ ତାଙ୍କୁ ଶେଷ ଥର ପାଇଁ ଅକ୍ଟୋବର ୨, ୨୦୧୮ରେ ଦେଖିବାକୁ ମିଳିଥଲା। ତାଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ତାଙ୍କ ମୃତ ଶରୀରର କିଛି ପତ୍ତା ମିଳିନଥିଲା। ଜମାଲ ଖସୋଗିଙ୍କ ହତ୍ୟା ଘଟଣା ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ସିଆଇଏ ଏବଂ କିଛି ପାଶ୍ଚାତ୍ୟ ସରକାର ବିଶ୍ବାସ କରନ୍ତି ଯେ ପ୍ରିନ୍ସ ମହମ୍ମଦଙ୍କ ନିର୍ଦ୍ଦେଶ କ୍ରମେ ଖସୋଗିଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ସାଉଦି ଅଧିକାରୀମାନେ କହନ୍ତି ଯେ ଏଥିରେ ସଲମାନଙ୍କର କିଛି ହସ୍ତକ୍ଷେପ ନଥିଲା। ସାଉଦି ସରକାରୀ ଆଇନଜୀବୀ ଶେହଲାନ୍ ଅଲ-ଶେହଲାନ୍ କହିଛନ୍ତି, ମାମଲାରେ ଜଣେ ହାଇ ପ୍ରୋଫାଇଲ୍ ସାଉଦି ରାଜକୀୟ ପରାମର୍ଶଦାତାଙ୍କ ବିରୋଧରେ ତଦନ୍ତ ଚାଲିଥିଲା କିନ୍ତୁ ତାଙ୍କୁ ଏହି ମାମଲାରୁ ଦୋଷମୁକ୍ତ କରାଯାଇଛି।
ଖସୋଗି ହତ୍ୟା ମାମଲା: ୫ ଜଣଙ୍କୁ ମୃତ୍ୟୁଦଣ୍ଡ
/sambad/media/post_attachments/wp-content/uploads/2019/12/23_12_2019-jamal_khashogi_murder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)