ଖସୋଗିଙ୍କ ମୃତଦେହ ଠାବ

ଇସ୍ତାନବୁଲ୍‌: ସାମ୍ବାଦିକ ଜମାଲ ଖସୋଗିଙ୍କ ମୃତଦେହ ଠାବ କରାଯାଇଛି। ଇସ୍ତାନବୁଲ୍‌ସ୍ଥିତ ସାଉଦିର କନସୁଲ୍‌ ଜେନେରାଲଙ୍କ ବାସଭବନରେ ଖ‌େସାଗିଙ୍କ ମୃତଦେହର ଅବଶେଷ ‌ଥିବା ବ୍ରିଟେନ୍‌ର ସ୍କାଏ ନ୍ୟୁଜ୍ ମଙ୍ଗଳବାର ସୂଚନ‌ା ଦେଇଛି। ରିପୋର୍ଟ ମୁତାବକ ୫୯ ବର୍ଷୀୟ ଖସୋଗିଙ୍କ ଶରୀରକୁ ହାଣି ଖଣ୍ଡ ଖଣ୍ଡ କରାଯାଇଥିବା ବେଳେ ମୁହଁକୁ କାଟି ନଷ୍ଟ କରିଦିଆଯାଇଛି। ଫଳରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଅକ୍ଟୋବର ୨ରେ ତାଙ୍କୁ ସାଉଦିର ଦୂତାବାସରେ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର