ଇସଲାମାବାଦ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପାକିସ୍ତାନ ସଂସଦରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ତାଙ୍କର ଏହି ବୟାନ ପାକିସ୍ତାନ ସେନା ପାଇଁ ବଡ଼ ଲଜ୍ଜାର କାରଣ ପାଲଟିଛି। ଖୱାଜା ଆସିଫ ସଂସଦରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଏପରି ଏକ ଦେଶ ଯିଏ କର୍ତ୍ତବ୍ୟ ପାଳନ ସମୟରେ ପ୍ରାଣ ହରାଇଥିବା ସୈନିକମାନଙ୍କୁ ଉପଯୁକ୍ତ ସମ୍ମାନ ଦିଏ ନାହିଁ।
ରାଜନେତାମାନେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରନ୍ତି ନାହିଁ
ପାକିସ୍ତାନୀ ସେନାର ମୁଖ୍ୟଙ୍କୁ ଏହା ପସନ୍ଦ ନ ଆସିପାରେ, କିନ୍ତୁ ଖୱାଜା ଆସିଫ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି ଯେ, "ଯେତେବେଳେ ଦେଶର ସହିଦ ସୈନିକଙ୍କ ଅନ୍ତିମ ସଂସ୍କାର କରାଯାଏ, ପ୍ରାୟତଃ ପ୍ରମୁଖ ରାଜନେତାମାନେ ବି ଯୋଗ ଦିଅନ୍ତି ନାହିଁ, କି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରନ୍ତି ନାହିଁ। ଏହା ସେନା ଯବାନଙ୍କ ପାଇଁ ଅସମ୍ମାନ ନୁହେ ତ ଆଉ କଣ" ବୋଲି ଖଵାଜା କହିଛନ୍ତି।
ନିଜ ସ୍ୱାର୍ଥ ପାଇଁ ସହିଦଙ୍କ ଶବଦାହରେ ଯୋଗଦେବାକୁ ଆସନ୍ତି ନାହିଁ
ଖୱାଜା ଆସିଫ ଆହୁରି କହିଛନ୍ତି, "ପାକିସ୍ତାନ ଆଭ୍ୟନ୍ତରୀଣ ଭାବରେ ଏତେ ବିଭକ୍ତ ଯେ ନେତାମାନେ ନିଜ ସ୍ୱାର୍ଥ ପାଇଁ ସହିଦଙ୍କ ଶବଦାହରେ ଯୋଗଦେବାକୁ ଆସନ୍ତି ନାହିଁ। ତେବେ ଖଵାଜାଙ୍କ ବୟାନ ପାକିସ୍ତାନ ପାଇଁ ଲଜ୍ଜାର ବିଷୟ। ଯେତେବେଳେ ବିଶ୍ଵ, ସେନା ମୁଖ୍ୟ ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଅପରେସନ ସିନ୍ଦୂରରେ ନିହତ ଆତଙ୍କବାଦୀଙ୍କ ଶବଦାହରେ ଯୋଗଦେବାର ଦେଖିଛି, ସେତେବେଳେ କିନ୍ତୁ ଜଣେ ସୈନିକଙ୍କ ପାଇଁ ଏହା କେବେ ଘଟିନାହିଁ, ଯାହା ଅତ୍ୟନ୍ତ ନୀନ୍ଦନୀୟ ଓ ଲଜ୍ଜାର ବିଷୟ।
ଆହୁରି ପଢ଼ନ୍ତୁ: Rajasthan Live In Case: ମୃତ୍ୟୁ ହୋଇସାରିଥିବା ଭାବୁଥିଲେ ସ୍ବାମୀ, ରାଜସ୍ଥାନରେ ପୁଅକୁ ଧରି ପ୍ରେମିକ ସହ ରହୁଥିଲେ ମହିଳା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/11/khawaja-asifs-shameful-statement-2026-02-11-17-29-05.png)