ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଥମ ‘ଖେଲୋ ଇଣ୍ଡିଆ ସ୍କୁଲ ଗେମସ୍’ର ଉଦ୍ଘାଟନ କରିବେ। ତୃଣମୂଳ ସ୍ତରରେ ଥିବା ପ୍ରତିଭା ମାନଙ୍କୁ ଆଗକୁ ନେବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ। ଏହି ଖେଳ ମହୋତ୍ସବ ଫେବ୍ରୁଆରି ୮ ପର୍ଯ୍ୟନ୍ତ ଚାଲିବ।
The future sport stars of India live in action at the Jawaharlal Nehru Stadium today! pic.twitter.com/vHszxO5q5M
— Khelo India (@kheloindia) January 31, 2018
ଏଥି ପାଇଁ ଦେଶରେ ଖେଳା ଯାଉଥିବା ଖେଳର ଭିତ୍ତିଭୂମି ନିର୍ମାଣ କରାଯିବ, ଯାହାଦ୍ୱାରା ଭାରତ ଖେଳର ଏକ ଅଗ୍ରଣୀ ଦେଶ ପାଲଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଯେ, ‘ଖେଲୋ ଇଣ୍ଡିଆ ସ୍କୁଲ ଗେମସ୍’ ଯୁବ ଖେଳ ପ୍ରତିଭାଙ୍କ ପରିଚୟ ଖୋଜିବ ଓ ଭବିଷ୍ୟତରେ ଚମ୍ପିଅନ ରୂପରେ ବିକସିତ କରିବାରେ ସହାୟତା ପ୍ରଦାନ କରିବ।
ଏକ ଉଚ୍ଚସ୍ତରୀୟ ସମିତି ଯୁବ ଖେଳ ପ୍ରତିଭାଙ୍କୁ ପରିଚିତ କରିବ। ଏଥି ସହିତ ସେମାନଙ୍କୁ ଆଠ ବର୍ଷ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ପ୍ରତିବର୍ଷ ଆର୍ଥିକ ସହାୟତା ଦିଆଯିବ।
ଏହି ଖେଳ ଗୁଡ଼ିକ ଖେଳାଯିବ
୧୭ ବର୍ଷରୁ କମ୍ ଯୁବବର୍ଗର ୧୬ ଖେଳ ତୀରନ୍ଦାଜୀ, ଏଥଲେଟିକସ୍, ବ୍ୟାଡମିଣ୍ଟନ, ବାସ୍କେଟବଲ୍, ଫୁଟବଲ୍, ଜିମନାଷ୍ଟିକ୍, ହକି, ଜୁଡୋ, କବାଡି, ଖୋ-ଖୋ, ସନ୍ତରଣ, ଭାରୋତ୍ତୋଳନ ଆଦି ସାମିଲ ଅଛି। ପ୍ରତିଯୋଗିତାରେ ୧୯୯ଟି ସ୍ୱର୍ଣ୍ଣ ପଦକ, ୧୯୯ ରୌପ୍ୟ ପଦକ ଓ ୨୭୫ କାଂସ୍ୟ ପଦକ ଦିଆଯିବ।