ଖ‌ସୋଗି ହତ୍ୟା ମାମଲା, ପ୍ରିନ୍ସ ସଲମାନ୍‌ଙ୍କ ନିର୍ଦ୍ଦେଶରେ ହିଁ ହତ୍ୟା: ସିନେଟର୍‌

ୱ‌ାସିଂଟନ୍‌: ସାଉଦି ସାମ୍ବାଦିକ ଜମାଲ ଖସୋଗି ହତ୍ୟା ମାମଲାରେ ସାଉଦି କ୍ରାଉନ୍ ପ୍ରିନ୍ସ ସଲମାନ୍‌ଙ୍କର କୌଣସି ସମ୍ପୃକ୍ତି ନାହିଁ ‌ବୋଲି ନିକଟରେ ଆମେରିକା ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ୍‌ କହିଥିଲେ। କିନ୍ତୁ ରପବ୍ଲିକାନ୍‌ ଦଳର ସଦସ୍ୟମାନେ ଏହାକୁ ଗ୍ରହଣ କରିନାହାନ୍ତି। କିଛି ସିନେଟର ଅଭିଯୋଗ କରିଛନ୍ତି ଯେ ସଲମାନ୍‌ଙ୍କ ନିର୍ଦ୍ଦେଶରେ ହିଁ ଖସୋଗିଙ୍କୁ ହତ୍ୟା କରାଯାଇଥିଲା। ସିନେଟ୍‌ ବୈଦେଶିକ ବ୍ୟାପାର କମିଟି ଅଧ୍ୟକ୍ଷ ବବ୍‌ କର୍କର ଆଜି କହିଛନ୍ତି ଯେ ସଲମାନ୍‌ଙ୍କ ନିର୍ଦ୍ଦେଶରେ ହିଁ ଖସୋଗିଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର