ଆରଏସଏସ ସହ ଆଇଏସର ତୁଳନା ପ୍ରସଙ୍ଗ : ଖୁର୍ସିଦଙ୍କ ନୈନିତାଲ ଘର ଉପରେ ଆକ୍ରମଣ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ବହିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ତୁଳନା କରିବା ପରେ ତାହାକୁ ନେଇ ବିବାଦ ବଢିବାରେ ଲାଗିଛି । ସୋମବାର ଖୁର୍ସିଦଙ୍କ ନୈନିତାଲସ୍ଥିତ ବାସଭବନରେ କେତେକ ଯୁବକ ଭଙ୍ଗାରୁଜ୍ଜା କରିଥିବାର ଖବର ହସ୍ତଗତ ହୋଇଛି ।

ଏ ସମ୍ପର୍କରେ ସୂଚନା ଦେଇ କୁମାୟୁଁର ଜିଡିଆଇ ନୀଲେଶ ଆନନ୍ଦ କହିଛନ୍ତି ଯେ ଏହି ଘଟଣାରେ ରାକେଶ, କପିଳ ସମେତ ୨୦ ଜଣ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛି । ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହି ଭଙ୍ଗାରୁଜ୍ଜା  ଘଟଣା ଉପରେ ପ୍ରତିକ୍ରିୟା ରଖି ଖୁର୍ସିଦ କହିଛନ୍ତି ଯେ ସେ ବହିରେ ଲେଖିଛନ୍ତି ଏପରି ଲୋକମାନେ ହିନ୍ଦୁ ହୋଇନପାରନ୍ତି । ହିନ୍ଦୁ ଧର୍ମ ଭାରତକୁ ଏକ ମହାନ ସଂସ୍କୃତି ଦେଇଛି ଓ ସେଥିପାଇଁ ସେ ଗର୍ବିତ । ଏହି ଆକ୍ରମଣ ତାଙ୍କ ଉପରେ ନଥିଲା, ଥିଲା ହିନ୍ଦୁ ଧର୍ମ ଉପରେ ।

ତାଙ୍କ ଘରେ ହୋଇଥିବା ଭଙ୍ଗାରୁଜ୍ଜା ଓ ପୋଡ଼ାଜଳାର ଫଟୋ ଓ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗୋଟିଏ ଭିଡିଓରେ କିଛି ଲୋକ ଜୟ ଶ୍ରୀରାମ କହିବା ସହ ବିଜେପି ପତାକା ଧରିଥିବା ଦେଖାଯାଉଛି ।

ଖୁର୍ସିଦଙ୍କ ଘର ଉପରେ ହୋଇଥିବା ଆକ୍ରମଣକୁ କଂଗ୍ରେସ ନେତା ଶଶୀ ଥରୁର ନିନ୍ଦା କରିଛନ୍ତି ।

 

 

ସମ୍ବନ୍ଧିତ ଖବର