ଖରାରୁ ବଞ୍ଚିବା ପାଇଁ କାର୍‌ରେ ଯାଇ ବସିଲେ ବାଳକ, ଅଣନିଶ୍ୱାସ ହୋଇ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଜଣେ ୧୨ବର୍ଷୀୟ ଅଳିଆ ଗୋଟାଉଥିବା ବାଳକ ନିଜ ଭୁଲ ପାଇଁ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ଖରାରୁ ବଞ୍ଚିବା ପାଇଁ ମୃତ ବାଳକ ଗେୋଟେ କାର୍‌ରେ ଯାଇ ବସିଥିଲେ । କିନ୍ତୁ କାର୍ ଭିତରେ ଅଣନିଶ୍ୱାସୀ ହୋଇ ତାଙ୍କର ଜୀବନ ଚାଲି ଯାଇଥିଲା । ଘଟଣାଟି ବୁଧବାର ଘଟିଥିବା ବେଳେ କାର୍‌ ଲକ୍‌ ହୋଇଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣା ପଡ଼ିଛି ।

The Citizen

ପୁଲିସ ଦେଇଥିବା ସୂଚନା ମୁତାବକ, ମୃତ ବାଳକ ତନେଶ ନିଜ ଜେଜେ ମା’ଙ୍କ ସହ ଅଳିଆ ଗୋଟାଇବାକୁ ଯାଇଥିଲେ । ଖରା ତାପ ଅଧିକ ହେବାରୁ ପାଖରେ ଠିଆ ହୋଇଥିବା କାର୍‌ ଭିତରେ ଯାଇ ବସି ପଡ଼ିଥିଲେ ତନେଶ । ଏହା ପରେ କାରର କବାଟ ଆପେ ଆପେ ଲକ୍‌ ହୋଇଯିବାରୁ ଶ୍ୱାସରୁଦ୍ଧ ହୋଇ ତନେଶଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ପକ୍ଷରେ ତନେଶଙ୍କ ଜେଜେ ମା’ ତାଙ୍କୁ ବାହାରେ ଖୋଜି ଖୋଜି ପାଇ ନଥିବା ବେଳେ ସନ୍ଧ୍ୟା ସମୟରେ କାରର ମାଲିକ ଆସି କବାଟ ଖୋଲିବା ପରେ ତନେଶଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲେ । ଯାନ୍ତ୍ରିକ ତ୍ରୁଟି ପାଇଁ କାର୍‌ର ମାଲିକ ଏହାକୁ ଦୁଇ ବର୍ଷ ହେଲାଣି ବ୍ୟବହାର କରୁ ନଥିବା ସହ ଅଳିଆ ଗଦା ପାଖରେ ରଖିଥିଲେ । ଯାହା ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଥିବା କହିଛି ପୁଲିସ ।

ସମ୍ବନ୍ଧିତ ଖବର