ଲାହୋର: ପାକିସ୍ତାନରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବନ୍ଦ ହେବାର ନାମ ନେଉନାହିଁ। ଏବେ ସିନ୍ଧ ପ୍ରଦେଶର ହାଇଦ୍ରାବାଦ ସହରରୁ ଏଭଳି ଏକ ତାଜା ମାମଲା ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ଜଣେ ହିନ୍ଦୁ ଝିଅକୁ ଜବରଦସ୍ତ ଅପହରଣ କରିନେଇଥିବାର ଝିଅର ବାପା-ମା ଅଭିଯୋଗ କରିଛନ୍ତି | ସୂଚନା ଥାଉ କି ୧୫ ଦିନ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ଚତୁର୍ଥ ଘଟଣା | କୁହାଯାଉଛି ଯେ ଝିଅଟି ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଏହାପୂର୍ବରୁ, ପାକିସ୍ତାନରେ ତିନିଜଣ ହିନ୍ଦୁ ଝିଅଙ୍କୁ ଅପହରଣ କରି ଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରାଇଥିବାର ମାମଲା ସାମ୍ନାକୁ ଆସିଥିଲା |

Advertisment

ଝିଅର ପିତାମାତାଙ୍କ କହିବାନୁସାରେ, ହାଇଦ୍ରାବାଦର ଫତେହଚୌକ ଅଞ୍ଚଳରୁ ଝିଅକୁ ଅପହରଣ କରାଯାଇଥିଲା। ଖବର ଅନୁଯାୟୀ ପୁଲିସ ନିକଟରେ ଅଭିଯୋଗ ହୋଇଥିଲେ ବି ଏପର୍ଯ୍ୟନ୍ତ ଯୁବତୀଙ୍କ ସନ୍ଧାନ ମିଳିପାରି ନାହିଁ। ଏହାପୂର୍ବରୁ ସେପ୍ଟେମ୍ବର ୨୪ ରେ ନାସରପୁର ଅଞ୍ଚଳରୁ ଜଣେ ୧୪ ବର୍ଷର ନାବାଳିକାକୁ ଅପହରଣ କରାଯାଇଥିଲା। ମିରପୁରଖାସ ସହରରେ ଘରକୁ ଫେରୁଥିବା ବେଳେ ଅନ୍ୟ ଜଣେ ହିନ୍ଦୁ ଝିଅକୁ ମଧ୍ୟ ଅପହରଣ କରାଯାଇଛି।

ଏହାପୂର୍ବରୁ ପାକିସ୍ତାନର ମିରପୁରଖାସ ସହରରେ ଜଣେ ହିନ୍ଦୁ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ କରିଥିଲେ। କିଛି ସମୟ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀଙ୍କର ଧର୍ମ ପରିବର୍ତ୍ତନ ହୋଇଛି ଏବଂ ସେ ଜଣେ ମୁସଲମାନ ଯୁବକଙ୍କୁ ବିବାହ କରିଛନ୍ତି।