ବ୍ଲାକ୍‌ମେଲ ପାଇଁ ମହିଳାଙ୍କ ଦ୍ବାରା ବ୍ୟବସାୟୀଙ୍କୁ ଅପହରଣ

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ମହିଳାଙ୍କ ଗ୍ରୁପ୍ ସାହାରନପୁର ଅଞ୍ଚଳର ଜଣେ ଟିମ୍ବର (କାଠ) ବ୍ୟବସାୟୀଙ୍କୁ ଅପହରଣ କରିଥିବା ଜଣାପଡ଼ିଛି। ଅପହରଣର ଉଦ୍ଦେଶ୍ୟ ହେଲା ତାଙ୍କ ସହ ଅଶ୍ଳୀଳ ଭିନିଓ ସୁଟିଂ କରି ତା’ ସାହାଯ୍ୟରେ ତାଙ୍କୁ ବ୍ଲାକ୍‌ମେଲ କରିବା। ମହିଳାମାନେ ଉକ୍ତ ବ୍ୟବସାୟୀଙ୍କୁ ଏକ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ଅନ୍ୟ ମହିଳା ଓ ପୁରୁଷଙ୍କ ଉପସ୍ଥିତିରେ ଜଣେ ମହିଳାଙ୍କ ସହ ବ୍ୟବସାୟୀଙ୍କର ଅଶ୍ଳୀଳ ଭିଡ଼ିଓ ସୁଟିଂ କରିଥିଲେ। ତା’ପରେ ବ୍ୟବସାୟୀଙ୍କୁ ମାନିବାକୁ ବାଧ୍ୟ କରାଯାଇଥିଲା ଯେ ସେ ଉକ୍ତ ମହିଳାଙ୍କୁ ବଳାତ୍କାର କରିଛନ୍ତି ଏବଂ ତାଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଛନ୍ତି। ଏହାର ବି ଭିଡ଼ିଓ ସୁଟିଂ କରାଯାଇଥିଲା। ଏହାପରେ ଉକ୍ତ ମହିଳାଙ୍କ ଦଳ ୨୦ ଲକ୍ଷ ଟଙ୍କା ଦିଅ, ନ ହେଲେ ଭିଡ଼ିଓକୁ ଭାଇରାଲ କରିଦେବୁ ବୋଲି ବ୍ୟବସାୟୀଙ୍କୁ ଧମକାଇଥିଲେ।

କେବଳ ସେତିକି ନୁହେଁ, ଉକ୍ତ ମହିଳାଙ୍କ ଦଳରେ ଯେଉଁ ପୁରୁଷମାନେ ‌ଥିଲେ ସେମାନେ ଦାବି କରିଥିଲେ ଯେ ସେମାନେ କ୍ରାଇମ୍‌ବ୍ରାଞ୍ଚ ପୁଲିସ। ଟଙ୍କା ଦିଅ, ନ ହେଲେ ତୁମକୁ ନକଲି ଏନ୍‌କାଉଣ୍ଟର ସାହାଯ୍ୟରେ ହତ୍ୟା କରିଦେବୁ ବୋଲି ସେମାନେ ବି ଧମକାଇଥିଲେ। ତେବେ କୌଣସି ପ୍ରକାର ବ୍ୟବସାୟୀ ଜଣକ ସେଠାରୁ ଖସିଆସି ଜ୍ୟୋତି ନଗର ଥାନାରେ ଏତଲା ଦେଇଥିଲେ। ପୁଲିସ ଏବେ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର