ଦାଦା ମୋଦି, ଚାଚା ଯୋଗୀ, ମୁଁ ମରିବାକୁ ଚାହେଁନି : ବଞ୍ଚିବାର ଆଶା ନେଇ ମୋଦି-ଯୋଗୀଙ୍କୁ ଜୀବନ ଭିକ୍ଷା ମାଗୁଛି ୧୪ବର୍ଷର ନାବାଳକ

କାନପୁର : କାନପୁରରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଜଣେ ୧୪ବର୍ଷର ବାଳକ ନିଜ ଜୀବନ ବଞ୍ଚାଇବା ପାଇଁ ବାପା ଏବଂ ଭାଇ-ଭଉଣୀଙ୍କ ସହ ଭିକ ମାଗୁଥିବାର ଦେଖିବାକୁ ମିଳିଛି । କିନ୍ତୁ ୧୪ବର୍ଷିୟ ଆସିଫ୍‌ ସାଧାରଣ ଲୋକମାନଙ୍କୁ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭିକ ମାଗୁଥିବାର ଦେଖିବାକୁ ମିଳିଛି । ଆସିଫ୍‌ଙ୍କ ଦୁଇଟି ଯାକ କିଡ଼୍‍ନି ନଷ୍ଟ ହୋଇ ଯାଇଥିବା ବେଳେ ୨୦ ଦିନ ଭିତରେ ଅପରେସନ ନ କରାଗଲେ ସେ ମୃତ୍ୟୁବରଣ କରିବେ ବୋଲି ଡ଼ାକ୍ତର କହି ସାରିଛନ୍ତି ।

samacharplus.com

ଏ ନେଇ ଅନ୍ୟ କିଛି ବାଟ ନ ପାଇ ନିଜ ପରିବାର ସହ ଜୀବନ ଭିକ୍ଷା ମାଗୁଛି ଆସିଫ୍‌ । ଆସିଫ୍‌ଙ୍କ ମା’ଙ୍କ ମୃତ୍ୟୁ ପରେ ଆସିଫ୍‌ଙ୍କ ବାପାଙ୍କ ଉପରକୁ ପୂରା ପରିବାରର ବୋଝ ଆସି ଯାଇଥିଲା । ଏବେ ସେ ଯାହା ବି ଆୟ କରୁଛନ୍ତି ତାହା ଆସିଫ୍‌ଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇ ଯାଉଛି । ପ୍ରତି ସପ୍ତାହରେ ଆସିଫ୍‌ ଚିକିତ୍ସା ପାଇଁ ୬୦,୦୦୦ଖର୍ଚ୍ଚ ହେଉଛି । ଏଥି ପାଇଁ ଧୀରେଧୀରେ ପରିବାରର ସ୍ଥିତି ବିଗିଡ଼ିବାର ଲାଗିଛି । ଏ ବିଷୟରେ ସଂପର୍କିୟମାନେ ଜାଣିବା ପରେ କେହି ବି ସାହାଯ୍ୟର ହାତ ବଢ଼ାଉ ନାହାନ୍ତି । ଏଭଳି ପରିସ୍ଥିତିରେ ଆସିଫ୍‌ର ଜୀବନ ବଞ୍ଚାଇବା ପାଇଁ ଏହି ବାଟ ବାଛିଛନ୍ତି ଆସିଫ୍‌ଙ୍କ ବାପା । ଆସିଫ୍‌ ନିଜ ବେକରେ ଏକ ପୋଷ୍ଟର ଝୁଲାଇ ଭିକ ମାଗୁଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ‘ଦାଦା ମୋଦି-ଚାଚା ଯୋଗୀ, ମୁଁ ମରିବାକୁ ଚହେଁନି । ମୋତେ ବଞ୍ଚାଇ ଦିନ ।’ ଆପଣଙ୍କ ନିଜର ଆସିଫ୍‌ ବୋଲି ଲେଖାଯାଇଛି । ଅନ୍ୟ ପକ୍ଷରେ ଆସିଫ୍‌ଙ୍କ ବାପା କହିଛନ୍ତି ଯେ ଯଦି ସରକାରଙ୍କ ତରଫରୁ ୨୫ଲକ୍ଷ ଟଙ୍କାର ସହାୟତା ମିଳିଯାଆନ୍ତା ତେବେ ଆସିଫ୍‌ ପୁଣି ଥରେ ନିଜ ଜୀବନ ଫେରି ପାଇ ପାରନ୍ତା ।

ସମ୍ବନ୍ଧିତ ଖବର