ନୂଆଦିଲ୍ଲୀ : ରୋହିଣୀ-ସ୍ଥିତ ବ୍ରହ୍ମଶକ୍ତି ହସ୍ପିଟାଲରେ ରବିବାର ନିଆଁ ଲାଗିବା ଯୋଗୁ ଭେଣ୍ଟିଲେଟରରେ ଥିବା ଜଣେ ୬୪ ବର୍ଷୀୟ କିଡ୍ନୀ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରେମନଗର ଅଞ୍ଚଳର ହୋଲି।
ଅଗ୍ନିଶମ ବିଭାଗର ସୂଚନା ଅନୁସାରେ ସେମାନେ ଭୋର ୫ଟା ବେଳେ ଖବର ପାଇ ନିଆଁ ଲିଭାଇବାକୁ ଯାଇଥିଲେ। ତୃତୀୟ ମହଲାରେ ନିଆଁ ଲାଗିଥିଲା। ଧୂଆଁ ଓ ନିଆଁର ଧାସ ହସ୍ପିଟାଲର ଆଇସିୟୁକୁ ପ୍ରଭାବିତ କରିଥିଲା। ସର୍ଟସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ରୋହିଣୀ ଡିସିପି ପ୍ରଣୟ ତୟାଲ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/fire-2.jpg)