ପ୍ରେମିକ-ପ୍ରେମିକା ନଥିଲେ ପିଲାମାନଙ୍କ ମାନସିକ ଅବସ୍ଥା ଭଲ ରହିବା ସହ ପରୀକ୍ଷାରେ ମିଳିଥାଏ ଅଧିକ ମାର୍କ : ଗବେଷଣା

ନୂଆଦିଲ୍ଲୀ : ଜର୍ଜିଆରେ ଥିବା ଏକ ବିଶ୍ୱବିଦ୍ୟାଳୟର ଗବେଷଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଗବେଷଣା ପରେ ମାତା-ପିତାଙ୍କୁ ନିଜ ପିଲାମାନଙ୍କୁ ପ୍ରେମଠାରୁ ଦୂରେଇ ରଖିବାର ଆଉ ଏକ କାରଣ ମିଳି ଯାଇଛି । ଜର୍ଣ୍ଣାଲ ସ୍କୁଲ ଅଫ୍‌ ହେଲ୍‌ଥ ପକ୍ଷରୁ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ଯେଉଁ ଯୁବପିଢ଼ିମାନେ କମ ବୟସରୁ ପ୍ରେମରେ ପଡ଼ନ୍ତି ସେମାନଙ୍କ ମାନସିକ ଅବସ୍ଥା ପ୍ରେମରେ ପଡ଼ି ନଥିବା ପିଲାମାନଙ୍କଠାରୁ ଖରାପ ହୋଇଥାଏ ।

students
indiatimes.com

ଜର୍ଜିଆ ବିଶ୍ୱବିଦ୍ୟାଳୟର ୬୦୦ପିଲାମାନଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ସେମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ କରାଯିବା ସହ କିଛି ସମୟ କଥା ହେବା ପରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା, ତାହା ଗବେଷକଙ୍କ ସନ୍ଦେହକୁ ଦୂର କରିଥିଲା । ଯେଉଁମାନେ ପ୍ରେମ ସଂପର୍କରେ ନଥିଲେ, ସେମାନଙ୍କଠାରେ ଅବସାଦର ସ୍ତର କମ ରହିଥିବା ବେଳେ କଥାବାର୍ତ୍ତାର ଶୈଳୀ ମଧ୍ୟ ଠିକ୍‌ ଥିଲା । ଏମିତି କି ସେମାନେ ଅନ୍ୟ ଛାତ୍ର-ଛାତ୍ରୀଙ୍କଠାରୁ ନିଜ ଶ୍ରେଣୀରେ ଭଲ ପ୍ରଦର୍ଶନ ମଧ୍ୟ କରୁଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର